ସାଧାରଣ ନିର୍ବାଚନ ପରିଚାଳନା ପାଇଁ କନ୍ଧମାଳ ପୁଲିସର ପ୍ରସ୍ତୁତି

ଫୁଲବାଣୀ: ଆଉ ୨ ମାସ ପରେ ସାଧାରଣ ନିର୍ବାଚନ। ଏଥି ନିମନ୍ତେ କନ୍ଧମାଳ ପୁଲିସର ତାର ପରିଚାଳନା ପ୍ରସ୍ଚୁତି ଆରମ୍ଭ କରି ଦେଇଛି। ସକାଳ ୧୦ଟାରେ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା। ଏସପିଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କେତେକ ପୁଲିସ ପଦସ୍ଥ ଅଧିକାରୀ ଓ ସବୁ ଥାନାର ଥାନା ଅଧିକାରୀ ଯୋଗ ଦେଇଥିଲେ। ଏଥିରେ ୧୧ଟା ସମୟରେ ଚାଲିଥିବା ବୈଠକର ଫଟୋ ଉତ୍ତୋଳନ କରିବାକୁ ଗଣମାଧ୍ୟମକୁ କୁହାଯାଇଥିଲା। ତା’ପରେ ପରିଚାଳନା ପ୍ରସ୍ଚୁତି ବୈଠକରେ କଣ ସବୁ ଆଲୋଚନା ହେଲା ସେ ନେଇ ପରେ ଏସପି କହିବେ ବୋଲି ଜଣେ ପୁଲିସ ଅଧିକାରୀ କହିଥିଲେ। ହେଲେ ବେଳ କିଛି ବୈଦ୍ୟୁତିକ ଗଣମାଧ୍ୟକୁ ଶାନ୍ତିଶୃଙ୍ଖଳାର ସହ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ପୁଲିସ ସବୁ ପ୍ରକାର ଉଦ୍ୟମ କରିବ ବୋଲି ଏସପି ପ୍ରତୀକ ସିଂ କହିଥିଲେ। ବୈଠକ ଶେଷ ପରେ କଣ ସବୁ ଆଲୋଚନା ହେଲା। ନିର୍ବାଚନ ପାଇଁ କନ୍ଧମାଳ ପୁଲିସ କେତେ ପ୍ରସ୍ଚୁତ। ଏ ନେଇ ସୂଚନା ଜାଣିବା ନିମନ୍ତେ ଏସପିଙ୍କ ମୋବାଇଲକୁ ଯୋଗାଯୋଗ କରା ଯାଇଥିଲା। ବହୁବାର ୱେଟିଂ ଦେଖାଇଲା। ହେଲେ ଏସପି ବି ଫୋନ କଲେ ନାହିଁ କି ଉଠାଇଲେ ନାହିଁ। ଏହାକୁ ନେଇ ବହୁ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କନ୍ଧମାଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ଗଂଜେଇ ବେପାର ଚେର ବିଦେଶକୁ ଲମ୍ବିଛି। ଏହାକୁ ରୋକିବା କନ୍ଧମାଳ ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନକୁ କିଭଳି ପୁଲିସ ପ୍ରଶାସନ ପରିଚାଳନା କରିବ ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର