ଜନସଭାକୁ ସମ୍ବୋଧନ କରି ମମତାଙ୍କୁ କଟାକ୍ଷ କଲେ ମୋଦୀ: ନିର୍ବାଚନ ଫଳାଫଳ ଆସିଲେ ପଦ୍ମ ଫୁଟିବ, ତୁମ ବିଧାୟକ ତୁମକୁ ଛାଡ଼ି ପଳାଇବେ

ଶ୍ରୀରାମପୁର : ପଶ୍ଚିମବଙ୍ଗର ଶ୍ରୀରାମପୁରରେ ନିର୍ବାଚନୀ ପ୍ରଚାର କରିବାକୁ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିବା ସହ କଟାକ୍ଷ କରିଥିବା ଦେଖା ଯାଇଛି । ବିଜେପି ଜିତିବ ବୋଲି ସୁନିଶ୍ଚିତ କରିବା ସହ ଦିଦିଙ୍କ ସବୁ ବିଧାୟକ ତାଙ୍କୁ ଛାଡ଼ି ଚାଲିଯିବେ ବୋଲି କହିଛନ୍ତି ମୋଦୀ । ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ଦିଦି ତୁମେ ଦେଖି ନେବ । ମେ ୨୩ରେ ଫଳାଫଳ ଆସିବା ପରେ ଚାରିଅଡ଼େ ପଦ୍ମ ଫୁଟିବ । ତୁମ ବିଧାୟକ ଏବଂ ସମର୍ଥକମାନେ ତୁମକୁ ଛାଡ଼ି ଚାଲିଯିବେ । ଏବେ ବି ତୁମର ୪୦ଜଣ ବିଧାୟକ ମୋ ସଂପର୍କରେ ରହିଛନ୍ତି ।  କାରଣ ତୁମେ ଲୋକମାନଙ୍କ ସହ ବିଶ୍ୱାସଘାତକତା କରିଛ । ଯାହାର ଫଳ ତୁମକୁ ଏହି ଲୋକସଭା ନିର୍ବାଚନରେ ମିଳିଯିବ ବୋଲି କହିଥିଲେ ମୋଦୀଜୀ ।

ତେବେ ଏହା ପ୍ରଥମ ନୁହେଁ, ମତଦାନ ଆରମ୍ଭ ହେବା ପୂର୍ବରୁ ମୋଦୀ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । କେବଳ ଏ ଦୁହେଁ ନୁହନ୍ତି, ଅନେକ ରାଜ ନେତା ପରସ୍ପର ବିରୋଧରେ କହି ଭୋଟ୍‌ ହାତେଇବା ଚେଷ୍ଟାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର