ନ୍ୟୁଜିଲାଣ୍ଡ୍‌ ଓଡ଼ିଆ କମ୍ୟୁନିଟିର ରଥଯାତ୍ରା

ଭୁବନେଶ୍ବର : ନ୍ୟୁଜିଲାଣ୍ଡ୍‌ ଓଡ଼ିଆ କମ୍ୟୁନିଟି ଗତ ୨୦ ତାରିଖରେ ଅକ୍‌ଲାଣ୍ଡ୍‌ରେ ରଥଯାତ୍ରା ଉତ୍ସବ ପାଳନ କରିଛନ୍ତି। ଏପ୍‌ସମସ୍ଥିତ ଆଥୋଲ୍‌ ସିମ୍‌ସ ହଲ୍‌ରେ ସମସ୍ତ ଓଡ଼ିଆ କମ୍ୟୁନିଟି ଏକତ୍ର ହୋଇ ଜଗନ୍ନାଥ ସଂସ୍କୃତିର ଏହି ଉତ୍ସବ ପାଳନ କରିଥିଲା। ପ୍ରଭୁ ଜଗନ୍ନାଥଙ୍କୁ ପୂଜାର୍ଚନା ସହ ଜଗତର ଶାନ୍ତି ପାଇଁ ସଭିଏଁ ପ୍ରାର୍ଥନା କରିଥିଲେ। ଭଜନ ସମାରୋହ ସହ ଓଡ଼ିଶୀ ନୃତ୍ୟ, ପିଲାଙ୍କ ଦ୍ବାରା ଜଗନ୍ନାଥଙ୍କ ଉପରେ ଆଧାରିତ ନାଟକ, ମହିଳାଙ୍କ ଦ୍ବାରା ଆଧୁନିକ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଭକ୍ତମାନଙ୍କୁ ଭାରତୀୟ ଓ ଓଡ଼ିଆ ଖାଦ୍ୟରେ ଆପାୟିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ପ୍ରେମ୍‌ ନପାକ୍‌ ସମସ୍ତ ନ୍ୟୁଜ୍‌ଲାଣ୍ଡ୍‌ର ସମସ୍ତ ଓଡ଼ିଆବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର