ଇମ୍ରାନଙ୍କ ଅତିଥିଭାବେ ପାକିସ୍ତାନ ଯିବା ପାଇଁ ସିଦ୍ଧୁଙ୍କୁ ଅନୁମତି ଦେଲେ ଭାରତ ସରକାର

ନୂଆଦିଲ୍ଲୀ : ପୂର୍ବତନ କ୍ରିକେଟ ଖେଳାଳି ତଥା ପଞ୍ଜାବରେ କଂଗ୍ରେସ ବିଧାୟକ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ଆସନ୍ତା ୯ ତାରିଖରେ ପାକିସ୍ତାନ ଯିବା ପାଇଁ ଅନୁମତି ଦେଇଛନ୍ତି ଭାରତ ସରକାର । ପାକିସ୍ତାନ ଯିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟ ତାଙ୍କୁ ରାଜନୈତିକ ଅନୁମତି ଦେଇଛନ୍ତି । କର୍ତ୍ତାରପୁର ଗୁରୁଦ୍ୱାରାକୁ ଯାଉଥିବା ଶିଖମାନଙ୍କର ପ୍ରଥମ ଜଠା (ଦଳ) ରେ ସେ ସାମିଲ ହୋଇପାରିବେ ।

ପ୍ରଥମ ଯଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ମଧ୍ୟ ସାମିଲ ଅଛନ୍ତି । ତେବେ ସେମାନେ ରାଜନୈତିକ ନେତା ଭାବେ ନୁହେଁ, ବରଂ ସାଧାରଣ ତୀର୍ଥଯାତ୍ରୀଭାବେ ଯିବେ । ତେବେ ସିଦ୍ଧୁ ପାକିସ୍ତାନ ସରକାରଙ୍କ ଜଣେ ଅତିଥି ଭାବେ ସେଠାକୁ ଯିବେ । ଗତ ନଭେମ୍ବର ୪ ତାରିଖରେ ତାଙ୍କୁ ପାକିସ୍ତାନ ସରକାର ନିମନ୍ତ୍ରଣ ପତ୍ର ପଠାଇଥିଲେ ।

DAWN

ପାକିସ୍ତାନ ଯିବା ଲାଗି ଅନୁମତି ଦେବାକୁ ସିଦ୍ଧୁ ଆଜି ପୁଣି ଏକ ପତ୍ର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଲେଖିଥିଲେ । ଏହି ପତ୍ରରେ ସେ ଲେଖିଥିଲେ ଯେ ତାଙ୍କୁ ଅନୁମତି ଦେବାରେ ସରକାରଙ୍କର ଯଦି କୌଣସି ପ୍ରତିବନ୍ଧକ ଅଛି, ତେବେ ମନ୍ତ୍ରାଳୟ ତାଙ୍କୁ ସିଧାସଳଖ ମନା କରୁ ।

ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡରର ଉଦଘାଟନ ହେବ । ଭାରତ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିବେ । କିନ୍ତୁ ସୀମା ସେପଟେ ପାକିସ୍ତାନ ସରକାର ଆଉ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।

ସମ୍ବନ୍ଧିତ ଖବର