ରସୁଣ, ମାଉଥ୍‌ ୱାସ୍‌ ଓ ରାଶି ତେଲ କ’ଣ ବାସ୍ତବରେ କରୋନା ଭାଇରସ୍‌ ସହ ଲଢ଼ିପାରେ?

ବେଜିଂ: ଚୀନର ଉହାନ୍ ସହରରୁ କରୋନା ଭାଇରସ୍‌ ସୃଷ୍ଟି ହୋଇ ସାରା ବିଶ୍ବରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ରୁ କିପରି ନିଜକୁ ଦୂରେଇ ରଖିବେ ଓ କିପରି ତାହାର ଘରୋଇ ଚିକିତ୍ସା କରାଯାଇପାରେ ସେନେଇ ପୂର୍ବରୁ ବିଭିନ୍ନ ପ୍ରକାରର କଥା ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ମାତ୍ର ଏହା କେତେ ସତ? ବାସ୍ତବରେ କ’ଣ ସୋସିଆଲ୍‌ ମିଡିଆରେ ବୁଲୁଥିବା ଟିପ୍ସକୁ ଆପଣେଇ କରୋନା ଭାଇରସ୍‌ ସହ ଲଢ଼ାଯାଇ ପାରେ !

ରସୁଣ ଖାଇବା, ମାଉଥ୍‌ ୱାସ୍‌ରେ କୁଳକୁଞ୍ଚା କରିବା  ଓ ରାଶି ତେଲ ମାଲିସ ହେବା ଦ୍ବାରା କରୋନା ଭାଇରସ୍‌ ଦୂରେଇ ଯାଇଥାଏ ବୋଲି ନିକଟରେ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା। ମାତ୍ର ଏହା ଏକ ଗୁଜବ। ଏହା ସତ ଯେ ରସୁଣରେ ରୋଗ ପ୍ରତିଷେଧକ ଶକ୍ତି ଅଛି। ମାତ୍ର ଏହି ସବୁ କାର୍ଯ୍ୟ କରୋନା ଭାଇରସ୍‌ରୁ ବଞ୍ଚାଇବ ବୋଲି କିିଛି ମାନେ ନାହିଁ। ସେହିପରି ମାଉଥ୍‌ ୱାସ୍‌ର ବ୍ୟବହାର  ଓ ରସୁଣ ସେବନ  ବି କରୋନା ଭାଇରସ୍‌ରୁ ବଞ୍ଚାଇବ ବୋଲି ତାହାର କିଛି ମାନେ ନାହିଁ। ୱାର୍ଲଡ ହେଲ୍‌ଥ ଅର୍ଗାନାଇଜେସନ୍‌ (ଡବ୍ଲୁଏଚ୍‌ଓ) ପକ୍ଷରୁ ଏହା ଗୁଜବ ବୋଲି ସ୍ପଷ୍ଟ କରାଯାଇଛି।

ଆହୁରି ବି କୁହାଯାଇଛି ଯେ କରୋନା ଭାଇରସ୍‌କୁ ‌ରୋକିବା ପାଇଁ କିମ୍ବା ଚିକିତ୍ସା କରିବା ପାଇଁ ସେପରି କୌଣସି ଔଷଧ ବାହାରି ନାହିଁ। ଯଦିଓ ଗବେଷକମାନେ ଏପରିି ଔଷଧ ବାହାର କରିବା ଚେଷ୍ଟାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର