ହୋଲି ଖେଳି କୋଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିବା ଦୁଇସାଙ୍ଗଙ୍କ ସଲିଳ ସମାଧି

କଟକ: ଆଜି ହେଉଛି ରଙ୍ଗର ପର୍ବ ହୋଲି। ଚାରିଆଡେ ଏହି ହୋଲି ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ କଟକର କୋଠଯୋଡ଼ି ନଦୀରେ ବୁଡ଼ି ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଖବର ମିଳିଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ  କଟକ ନେତାଜୀ ନାଗର ଅଞ୍ଚଳର ନିଶାନ୍ତ ପାଢ଼ୀ ଓ ଅନ୍ୟ ଜଣେ ଶୁଭମ କୁମାର ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସକାଳୁ ନିଶାନ୍ତ ପାଢ଼ୀ ଓ ଶୁଭମ କୁମାର ସାଙ୍ଗସାଥୀ ଓ ପରିବାରବର୍ଗଙ୍କ ସହିତ ଧୁମ୍‌ଧାମ୍‌ରେ ହୋଲି ଖେଳିବା ପରେ ବୟାଳିଶ ମଉଜାର ଘାଟାକୁଲା ନିକଟସ୍ଥ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ଅସାବଧାନତା ହେତୁ ଜଣଙ୍କ ଗୋଡ଼ ଖସି ଯାଇଥିଲା, ଅନ୍ୟଜଣେ ତାଙ୍କୁ ବଞ୍ଚାଇକୁ ଚେଷ୍ଟା କରୁଥିବା ବେଳେ ଦୁଇ ବନ୍ଧୁ ଗଭୀର ପାଣିରେ ପଶି ନିଖୋଜ ହୋଇଯାଇଥିଲେ ବୋଲି ସ୍ଥାନୀୟଲୋକେ କହିଛନ୍ତି।

Image result for 2 friend drowning in kathajodi river
Mycitylinks

ସ୍ଥାନୀୟଲୋକେ ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଶାନ୍ତ ପାଢ଼ୀ ଓ ଶୁଭମ କୁମାରଙ୍କୁ ଗଭୀର ପାଣି ଭିତରୁ ଉଦ୍ଧାର କରି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର