କୋଭିଡ୍-୧୯ ଆକ୍ରାନ୍ତ ସାତ ପ୍ରବାସୀ ଓଡ଼ିଆଙ୍କ ଯାତ୍ରା ବିବରଣୀ: ଛଅ ଜଣ କୋଲକାତା ଫେରନ୍ତା ଓ ଜଣେ ସୁରତ ଫେରନ୍ତା

ଭୁବନେଶ୍ବର: ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ କୋଭିଡ୍-୧୯ ଆକ୍ରାନ୍ତ ହୋଇଥିବା କେତେକ ପ୍ରବାସ ଫେରନ୍ତା ଓଡ଼ିଶାବାସୀମାନଙ୍କର ଯାତ୍ରା ଇତିହାସ ଜାରି କରାଯାଇଛି।  ସେମାନଙ୍କ ମଧ୍ୟରୁ ୧୬୪, ୧୬୫, ୧୬୬, ୧୬୭, ୧୬୮ ଓ ୧୬୯ ନମ୍ବର ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା। ୧୭୦ ନମ୍ବର ଆକ୍ରାନ୍ତଙ୍କ ହେଉଛନ୍ତି ଗୁଜୁରାଟର ସୁରତ ଫେରନ୍ତା।

୧୬୪ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଭଦ୍ରକର ଧୁସୁରୀ ଅନ୍ତର୍ଗତ ସାହାସପୁର ବାସିନ୍ଦା ୫୫ ବର୍ଷିୟ ପୁରୁଷ। ଏପ୍ରିଲ୍ ୨୭ ତାରିଖ ଦିନ ସେ ଟ୍ରକ୍ ଯୋଗେ କୋଲ୍‌କାତାର ସଙ୍କ୍ରିଲ୍ ଅନ୍ତଗର୍ତ ବାଣୀପୁରରୁ ଆସି ଝାମୁଝାଡ଼ିରେ ପହଞ୍ଚିବା ପରେ ସେଠାରୁ ବାସୁଦେବପୁର ଯାଇଥିଲେ। ଏପ୍ରିଲ୍ ୨୭ ରୁ ମେ ୪ ତାରିଖ ଯାଏଁ ସେ ବାସୁଦେବପୁରସ୍ଥିତ ସରକାରୀ କ୍ବାରେଣ୍ଟିନ୍‌ ସେଣ୍ଟର୍‌ରେ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଥିଲା ଓ ତାହା ପଜିଟିଭ୍ ବାହାରିଥିଲା। ସେହିଦିନ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୬୫ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଭଦ୍ରକର ବାସୁଦେବପୁର ଅନ୍ତର୍ଗତ କେନ୍ଦୁଲପୁର ବାସିନ୍ଦା ୪୫ ବର୍ଷିୟ ପୁରୁଷ। ଏପ୍ରିଲ୍ ୨୬ ତାରିଖ ଦିନ ସେ ଚାଲି ଚାଲି ବେଲ୍ଲିୟସ୍ ରୋଡ୍‌ରୁ ତେଲକଳା ଘାଟଯାଏଁ ଆସିଥିଲେ ଏବଂ ତା’ପରେ ଗୋଟାଏ ଔଷଧ ଗାଡ଼ିରେ ଯାଇ ଲକ୍ଷ୍ମଣ ଚେକ୍‌ପୋଷ୍ଟ୍‌ରେ ପହଞ୍ଚିଥିଲେ। ସେଠାରେ ଡ୍ରାଇଭର୍ ଓ ହେଲ୍‌ପରଙ୍କ ସହ ଗାଡ଼ିରେ ବିଶ୍ରାମ ନେଇଥିଲେ।

ପୁଣି ସେହି ଗାଡ଼ିରେ ଲକ୍ଷ୍ମଣନାଥ ‌ଚେକ୍‌ପୋଷ୍ଟ୍‌ରୁ ବାହାରି ଏପ୍ରିଲ୍‌ ୨୭ ତାରିଖ ଦିନ ଆରଡ଼ିଛକରେ ପହଞ୍ଚିବା ପରେ ଚାଲି ଚାଲି ଭଦ୍ରକସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଏପ୍ରିଲ୍ ୨୭ ରୁ ମେ ୪ ତାରିଖ ଯାଏଁ ସରକାରୀ କ୍ବାରେଣ୍ଟିନ୍‌ କେନ୍ଦ୍ରରେ ରହିଥିଲେ। ଭ୍ରମଣ ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କ ନମୁନା ସଂଗ୍ରହ କରାଯାଇଥିଲା ଏବଂ ତାହା ପଜିଟିଭ୍ ବାହାରିଥିଲା। ସେହିଦିନ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୬୬ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଯାଜପୁର ଅନ୍ତର୍ଗତ ରଘୁନାଥପୁର ବାସିନ୍ଦା ୪୮ ବର୍ଷିୟ ପୁରୁଷ। ମାର୍ଚ୍ଚ ୨୮ ରୁ ମାର୍ଚ ୨୯ ତାରିଖ ମଧ୍ୟରେ ସେ କୋଲ୍‌କାତା ବଡ଼ବଜାରରୁ ଏକ ଭଡ଼ା ଗାଡ଼ିରେ ଅନ୍ୟ ୨୦ଜଣ ସହଯାତ୍ରୀଙ୍କ ସହ ଆସି ଭଦ୍ରକରେ ପହଞ୍ଚିବା ପରେ ଅଟୋରିକ୍ସାରେ ସାହାପୁର ଯାଇଥିଲେ। ମାର୍ଚ ୨୯ ତାରିଖ ଦିନ ବାଇକ୍‌ ଯୋଗେ ସାହାପୁରସ୍ଥିତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ପଞ୍ଜିକରଣ କରାଇବା ପରେ ଘରକୁ ଫେରିଥିଲେ। ମାର୍ଚ ୨୯ ରୁ ଏପ୍ରିଲ୍ ୨୧ ତାରିଖ ଯାଏଁ ହୋମ୍ କ୍ବାରେଣ୍ଟିନ୍‌ରେ ଥିଲେ। ସେଠାରୁ ଏରବାଙ୍କସ୍ଥିତ ସରକାରୀ କ୍ବାରେଣ୍ଟିନ୍‌କୁ ସ୍ଥାନାନ୍ତର ହୋଇ ଏପ୍ରିଲ୍ ୨୨ ରୁ ମେ ୪ ତାରିଖ ଯାଏଁ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ବାହାରିଥିଲା। ‌ ସେହିଦିନ ତାଙ୍କୁ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Image Source: India TV

୧୬୭ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଯାଜପୁର ସଦର ଅନ୍ତର୍ଗତ ରଘୁନାଥପୁର ବାସିନ୍ଦା ୬୨ ବର୍ଷିୟ ପୁରୁଷ। ମାର୍ଚ୍ଚ ୨୮ ରୁ ମାର୍ଚ ୨୯ ତାରିଖ ମଧ୍ୟରେ ସେ କୋଲ୍‌କାତା ବଡ଼ବଜାରରୁ ଏକ ଭଡ଼ା ଗାଡ଼ିରେ ଅନ୍ୟ ୨୯ଜଣ ସହଯାତ୍ରୀଙ୍କ ସହ ଆସି ପାଣିକୋଇଲିରେ ପହଞ୍ଚିଥିଲେ। ସେଠାରୁ ଅଟୋରିକ୍ସାରେ ଯାଇ ଯାଜପୁରରେ ପହଞ୍ଚିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାମ ପଞ୍ଜିକରଣ କରାଇ ଅଟୋରିକ୍ସାରେ ଅନ୍ୟ ୫ ଜଣ ସହଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। ମାର୍ଚ ୨୯ ରୁ ଏପ୍ରିଲ୍ ୨୧ ଯାଏଁ ହୋମ୍ କ୍ବାରେଣ୍ଟିନରେ ଥାଇ ମଧ୍ୟ ସବୁବେଳେ ଗାଁରେ ଥିବା ଦୋକାନ ଓ ପଡ଼ିଶାଙ୍କ ଘରକୁ ଯାତାୟାତ କରୁଥିଲେ। ସେଠାରୁ ଏରବାଙ୍କସ୍ଥିତ ସରକାରୀ କ୍ବାରେଣ୍ଟିନ୍‌କୁ ସ୍ଥାନାନ୍ତର ହୋଇ ଏପ୍ରିଲ୍ ୨୨ ରୁ ମେ ୪ ତାରିଖ ଯାଏଁ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ବାହାରିଥିଲା। ‌ ସେହିଦିନ ତାଙ୍କୁ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୬୮ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଯାଜପୁର ସଦର ଅନ୍ତର୍ଗତ ଇନ୍ଦୋରାଇ ବାସିନ୍ଦା ୫୫ ବର୍ଷିୟ ପୁରୁଷ। ମାର୍ଚ୍ଚ ୨୮ ରୁ ମାର୍ଚ ୨୯ ତାରିଖ ମଧ୍ୟରେ ସେ କୋଲ୍‌କାତା ବଡ଼ବଜାରରୁ ଏକ ଭଡ଼ା ଗାଡ଼ିରେ ଅନ୍ୟ ୨୯ଜଣ ସହଯାତ୍ରୀଙ୍କ ସହ ଆସି ପାଣିକୋଇଲିରେ ପହଞ୍ଚିଥିଲେ। ସେଠାରୁ ଅଟୋରିକ୍ସାରେ ଯାଇ ଯାଜପୁରରେ ପହଞ୍ଚିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାମ ପଞ୍ଜିକରଣ କରାଇ ଅଟୋରିକ୍ସାରେ ଅନ୍ୟ ୫ ଜଣ ସହଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। ମାର୍ଚ ୨୯ ରୁ ଏପ୍ରିଲ୍ ୨୧ ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିଲେ, କିନ୍ତୁ ସାପ୍ତାହିକ ହାଟ ଓ ପଡ଼ିଶାଙ୍କ ଘରକୁ ଯାତାୟାତ କରୁଥିଲେ। ସେଠାରୁ ଏରବାଙ୍କସ୍ଥିତ ସରକାରୀ କ୍ବାରେଣ୍ଟିନ୍‌କୁ ସ୍ଥାନାନ୍ତର ହୋଇ ଏପ୍ରିଲ୍ ୨୨ ରୁ ମେ ୪ ତାରିଖ ଯାଏଁ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ବାହାରିଥିଲା। ‌ ସେହିଦିନ ତାଙ୍କୁ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୬୯ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି କୋଲ୍‌କାତା ଫେରନ୍ତା ଯାଜପୁର ସଦର ଅନ୍ତର୍ଗତ ଏରବାଙ୍କ ବାସିନ୍ଦା ୬୦ ବର୍ଷିୟ ପୁରୁଷ। ମାର୍ଚ୍ଚ ୨୮ ରୁ ମାର୍ଚ ୨୯ ତାରିଖ ମଧ୍ୟରେ ସେ କୋଲ୍‌କାତା ବଡ଼ବଜାରରୁ ଏକ ଭଡ଼ା ଗାଡ଼ିରେ ଅନ୍ୟ ୨୯ଜଣ ସହଯାତ୍ରୀଙ୍କ ସହ ଆସି ପାଣିକୋଇଲିରେ ପହଞ୍ଚିଥିଲେ। ସେଠାରୁ ଅଟୋରିକ୍ସାରେ ଯାଇ ଯାଜପୁରରେ ପହଞ୍ଚିଥିଲେ। ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାମ ପଞ୍ଜିକରଣ କରାଇ ଅଟୋରିକ୍ସାରେ ଅନ୍ୟ ୫ ଜଣ ସହଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। ମାର୍ଚ ୨୯ ରୁ ଏପ୍ରିଲ୍ ୨୧ ଯାଏଁ ହୋମ୍ କ୍ବାରେଣ୍ଟିନରେ ଥିଲେ। ସେଠାରୁ ଏରବାଙ୍କସ୍ଥିତ ସରକାରୀ କ୍ବାରେଣ୍ଟିନ୍‌କୁ ସ୍ଥାନାନ୍ତର ହୋଇ ଏପ୍ରିଲ୍ ୨୨ ରୁ ମେ ୪ ତାରିଖ ଯାଏଁ ରହିଥିଲେ। ଯାତ୍ରା ଇତିହାସ ଯୋଗୁଁ ମେ ୪ ତାରିଖ ଦିନ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା ଓ ପଜିଟିଭ୍ ବାହାରିଥିଲା। ‌ ସେହିଦିନ ତାଙ୍କୁ ଯାଜପୁର କଳିଙ୍ଗନଗରସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେହିଦିନ ତାଙ୍କୁ ଛତ୍ରପୁର ଅଞ୍ଚଳର ଶୀତଳପଲ୍ଲୀ ଠାରେ ଥିବା କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

୧୭୦ ନମ୍ବର କୋଭିଡ୍-୧୯ ଆକ୍ରାନ୍ତ ହେଉଛନ୍ତି ସୁରତ ଫେରନ୍ତା ଗଞ୍ଜାମର ବୁଗୁଡ଼ା ଅନ୍ତର୍ଗତ ଶ୍ରୀରାମନଗର ବାସିନ୍ଦା ୧୮ ବର୍ଷିୟ ପୁରୁଷ। ମେ ୨ ତାରିଖ ଦିନ ସେ ସ୍ବତନ୍ତ୍ର ବସ୍‌ରେ ଅନ୍ୟ୬୯ଜଣ ସହଯାତ୍ରୀଙ୍କ ସହ କୁକୁଡ଼ାଖଣ୍ଡି ଅନ୍ତର୍ଗତ ଅଙ୍କୁଶପୁରସ୍ଥିତ ସରକାରୀ କ୍ବାରେଣ୍ଟିନ୍ ସେଣ୍ଟର୍‌ରେ ପହଞ୍ଚିଥିଲେ। ମେ ୪ ତାରିଖ ଦିନ ତାଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା ଓ ତାହା ପଜିଟିଭ୍ ବାହାରିଥିଲା। ‌

 

 

 

 

 

ସମ୍ବନ୍ଧିତ ଖବର