ଚାକିରି ସମ୍ବନ୍ଧୀୟ ପ୍ରସଙ୍ଗ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଆଜି କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ନିଜ ଚାକିରି ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ବାରଣ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ବିଭିନ୍ନ ବିଭାଗର ସଚିବମାନଙ୍କୁ  ଏକ ପତ୍ରରେ କହିଛନ୍ତି ଯେ, ଚାକିରି ସମ୍ବନ୍ଧୀୟ ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ସମସ୍ତ ସରକାରୀ କର୍ମଚାରୀଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ।

Odisha Bytes

ଚାକିରି ସମ୍ବନ୍ଧୀୟ ଅଭିଯୋଗ ପାଇଁ ସୋସିଆଲ ମିଡିଆ ବ୍ୟବହାର କରି ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚୀତ କରିବା ସରକାରୀ ଆଚରଣର ଉଲ୍ଲଂଘନ ହୋଇଥାଏ। ଏଥିଲାଗି ଓଡ଼ିଶା ସିଭିଲ ସର୍ଭିସେସ ନିୟମ ୧୯୬୨ରେ ଦଣ୍ଡବିଧାନ ରହିଛି। ଏଥିରେ କୁହାଯାଇଛି ଯେ ଜଣେ ସରକାରୀ କର୍ମଚାରୀ ନିୟମିତ କିମ୍ବା ଚୁକ୍ତିଭିତ୍ତିକ ଚାକିରି ସେବା ସମ୍ବନ୍ଧୀୟ ସମସ୍ୟାକୁ ନିଯୁକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇ ପାରିବେ। ଏଥିସହିତ ପ୍ରିଣ୍ଟ / ଇଲେକ୍ଟ୍ରୋନିକ୍‌ ମିଡିଆରେ ସରକାରୀ କର୍ମଚାରୀ କୌଣସି ପ୍ରବନ୍ଧ ଲେଖିବା ଏବଂ ସରକାରଙ୍କୁ ସମାଲୋଚନା କରୁଥିବା ଭଳି ବିଷୟ ଲେଖିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଓଡିଶାର ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଅଧିନିୟମ ୧୯୫୯ର ଧାରା ୭ର ଉଲ୍ଲେଖ କରାଯାଇ ସରକାରୀ କର୍ମଚାରୀମାନେ ଜନସାଧାରଣ, ପ୍ରେସ କିମ୍ବା ଗଣମାଧ୍ୟମକୁ ବ୍ୟବହାର କରି କୌଣସି ପ୍ରକାର ଚାକିରି ସମ୍ବନ୍ଧୀୟ ଅଭିଯୋଗ କରି ପାରିବେ ନାହିଁ ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି।

ନିୟମ ୨୩ ଅନୁଯାୟୀରେ କୌଣସି କର୍ମଚାରୀ ସରକାରୀ ପଦୋନ୍ନତି, ଦରମା, ଚାକିରି ସର୍ତ୍ତାବଳୀ ଉପରେ ସେମାନେ କହି ପାରିବେ ନାହିଁ। ଚାକିରି ସମ୍ବନ୍ଧୀୟ ଅଭିଯୋଗ କେବଳ ସେମାନେ ସେମାନଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇ ପାରିବେ।

ସମ୍ବନ୍ଧିତ ଖବର