କଥା ଫରୁଆ : ବିରାଡ଼ି ବୈଷ୍ଣବ

ଗୋଟିଏ ପୁରୁଣା ଗପ ଅଛି। ଥରେ ଗୋଟିଏ ଭୁଆ-ବିରାଡ଼ି ବୁଢ଼ା ହୋଇଯିବାରୁ ଆଉ ଦଉଡ଼ି ଧାପଡ଼ି ମୂଷା ଶିକାର କରିପାରିଲା ନାହିଁ। କ’ଣ କରିବ? ମୂଷା ନ ମାରିଲେ ଖାଇବ କ’ଣ? କିଏ କ’ଣ ପୋଷିଛି ଯେ ଦବ? ସେଇଠୁ ସେ ବେକରେ ତୁଳସୀମାଳି ପକେଇ ସାଧୁ-ବୈଷ୍ଣବ ରୂପ ଧରିଲା। ସେଇ ବେଶ ପକେଇ ମୂଷାମାନଙ୍କ ଯିବା ଆସିବା ବାଟରେ ବସି ରହିଲା। କାହାକୁ କିଛି ଉଁ ଚୁଁ କହିଲାନି। ଆଖି ଜୁଳୁଜୁଳୁ କରି ଧ୍ୟାନ କରୁଥାଏ। ଏ କଥା ଦେଖି ମୂଷାମାନେ ସେ ବାଟେ ନିର୍ଭୟରେ ଯିବା ଆସିବା କଲେ। ତହୁଁ ବିରାଡ଼ି ସୁବିଧା ଦେଖି ଗୋଟିଏ ଗୋଟିଏ ମୂଷା ଧରି ଅନ୍ଧାର ଥାନକୁ ନେଇଯାଇ ଖାଇଲା।

ସେଇଥିପାଇଁ କେହି ଲୋକ ଧାର୍ମିକ ବୋଲି ନିଜକୁ ଦେଖେଇ ଅଧର୍ମ ବା ଅନ୍ୟାୟ ଆଚରଣ କଲେ କୁହାଯାଏ- ସେଇଟା ବିରାଡ଼ି ବୈଷ୍ଣବଟାଏ।

ସମ୍ବନ୍ଧିତ ଖବର