ପ୍ରାୟ ୧୬ ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତ, ମୃତ୍ୟୁହାର ୨ ପ୍ରତିଶତ ତଳକୁ ଖସିଲା

ନୂଆଦିଲ୍ଲୀ: ସକ୍ରିୟ କଣ୍ଟେନମେଣ୍ଟ ଜୋନର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା ୭୦ରେ ପହଞ୍ଚିଛି । ଅଧିକରୁ  ଅଧିକ ରୋଗୀ ସୁସ୍ଥ ହୋଇ ଚିକିତ୍ସାଳୟ ଓ ଘରୋଇ ଏକାନ୍ତବାସରୁ ମୁକ୍ତି ପାଉଥିବା ବେଳେ ମୋଟ ସଂଖ୍ୟା ୧୫,୮୩,୪୮୯ରେ ପହଞ୍ଚିଛି । କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୭,୭୪୬ ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଦେଶରେ ପ୍ରକୃତ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬,୩୯,୯୨୯ ହୋଇଥିବାବେଳେ ଏହା ମୋଟ ପଜିଟିଭ ମାମଲାର ମାତ୍ର ୨୮.୨୧ ପ୍ରତିଶତ । ସେମାନେ ବିଭିନ୍ନ ହସପିଟାଲର ତତ୍ଵାବଧାନରେ ଚିକିତ୍ସିତ ହେଉଛନ୍ତି ।

ନିରବଚ୍ଛିନ୍ନ ଭାବେ ସୁସ୍ଥତା ହାର ବୃଦ୍ଧି ପାଉଥିବା ଯୋଗୁଁ ସକ୍ରିୟ ରୋଗୀଙ୍କ ତୁଳନାରେ କରୋନା ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା  ୯.୫ ଲକ୍ଷ ହୋଇଛି । ଭାରତର ପରୀକ୍ଷା, ଚିହ୍ନଟ, ଚିକିତ୍ସା ରଣନୀତି ସଫଳ ହୋଇଥିବାରୁ ପ୍ରତିଦିନ ଆରୋଗ୍ୟ ଓ ସଂକ୍ରମିତ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦକ୍ଷ କ୍ଲିନିକାଲ ଚିକିତ୍ସା, ଗୁଣାତ୍ମକ ସେବା ଓ ସମୟାନୁଯାୟୀ ଚିକିତ୍ସା ଯୋଗୁଁ କୋଭିଡ-୧୯ ପରିଚାଳନାରେ ଆଶାନୁରୂପ ଉନ୍ନତି ପରିଲକ୍ଷିତ ହୋଇଛି, ଫଳରେ ମୃତ୍ୟୁ ହାର ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ରହିଛି । ଆଜି ଏହା ୨ ପ୍ରତିଶତରୁ ହ୍ରାସ ପାଇଁ ୧.୯୯ ପ୍ରତିଶତରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର