ଘଣ୍ଟେଶ୍ବରୀ ପୀଠରେ ଘର ଭାଙ୍ଗିଲା ଦନ୍ତା, ଅଳ୍ପକେ ବର୍ତ୍ତିଲେ ୨ ସାଧୁ

At Ghanteshwari Peeth, the house was demolished, and two saints were slightly injured

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନ ବିଭାଗ ଅନ୍ତର୍ଗତ ପିପଲକଟା ଗ୍ରାମ ନିକଟ ଘଣ୍ଟେଶ୍ବରୀ ପୀଠରେ ଥିବା ଘରକୁ ଶୁକ୍ରବାର ରାତିରେ ଏକ ଦନ୍ତା ଭାଙ୍ଗି ଦେଇଛି। ରାତି ପ୍ରାୟ ୧୦ଟାରେ ନିକଟରେ ଥିବା ଜଙ୍ଗଲରୁ ଆସି ଦନ୍ତାଟି ଏପରି ଉତ୍ପାତ କରିଛନ୍ତି। ତେବେ ଏହି ପୀଠରେ ରହୁଥିବା ୨ ସାଧୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ହାତୀ ପ୍ରଥମେ ଘର ସମ୍ମୁଖରେ ଥିବା ପାଣି ଢାଳି ବାଲ୍‌ଟିକୁ ମାଡ଼ି ଦେଇଥିଲା। ସେତେବେଳେ ଉଭୟ ସାଧୁ ହାତୀକୁ ଦେଖି ଘର ଭିତରକୁ ଦୌଡ଼ି ଗୋଟିଏ କୋଣରେ ଲୁଚି ଯାଇଥିଲେ। ହାତୀଟି ପଛ ପଟକୁ ଯାଇ ଘର ଭାଙ୍ଗୁଥିବା ଜାଣିବାକୁ ପାଇ ଉଭୟ ପ୍ରାଣ ବିକଳରେ ଗଁା ଭିତରକୁ ଦୌଡ଼ି ପଳାଇଥିଲେ। ହାତୀଟି ଘରେ ଥିବା ଚାଉଳ ଓ ଗହମ ସବୁ ଖାଇ ଦେଇଥିଲା। ଆଜି ଭୟରେ ଉଭୟ ସାଧୁ ମେଘନାଦ ଗ୍ରାମରେ ଗ୍ରାମବସୀଙ୍କ ସହଯୋଗରେ ଗ୍ରାମରେ ଆଶ୍ରୟ ନେଇଛନ୍ତି। ହାତୀଟି ପିପଲକଟା ଗ୍ରାମ ନିକଟରେ ଥିବା ଜଙ୍ଗଲରେ ରହୁଥିବା ଉଲୁଣ୍ଡା ବନପାଳ କହିଛନ୍ତି।

ସମ୍ବନ୍ଧିତ ଖବର