ରାଜଧାନୀରେ ପୁଣି ଶିକ୍ଷକ କରୋନା ଚିହ୍ନଟ ହେବା ପରେ ବିଏମସି କମିସନର ଦେଲେ ଏପରି ପ୍ରତିକ୍ରିୟା

ଭୁବନେଶ୍ୱର: ଗତ ସପ୍ତାହ ରାଜଧାନୀର ଏକ ସ୍କୁଲରେ ଜଣେ ଶିକ୍ଷକଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ତାଙ୍କର କରୋନା ପରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ସେ କରୋନା ଆକ୍ରାନ୍ତ ହୋଇଛନ୍ତି। ଯେହେତୁ ସେ ପାଠ ପଢ଼ାଇବା ସମୟରେ ପିଲାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେଥିପାଇଁ ସ୍କୁଲକୁ ୨ଦିନ ଛୁଟି କରାଯାଇ ବିଶୋଧନ କାର୍ଯ୍ୟ କରାଯାଉଛି।

ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ବି.ଏମ.ସି କମିସନର କହିଛନ୍ତି ଯେ, ସେ ସ୍କୁଲ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ସହ ସମ୍ପର୍କରେ ଅଛନ୍ତି। ଯଦି ଅନ୍ୟ ମାନଙ୍କର ଲକ୍ଷଣ ଦେଖାଯାଏ, ତାହେଲେ ସେମାନଙ୍କର ପରୀକ୍ଷା କରାଯିବ। ତେବେ ଏଯାଏଁ ପିଲାମାନଙ୍କର କୋଭିଡ ପରୀକ୍ଷା କରାଯାଇ ନାହିଁ। ଯଦି ପିଲାଙ୍କର କୋଭିଡ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କର ପରୀକ୍ଷା କରାଯିବ ବୋଲି ବି.ଏମ.ସି କମିସନର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀରେ ଏକ ହାଇସ୍କୁଲର ଜଣେ ଶିକ୍ଷକ କରୋନା ଆକ୍ରାନ୍ତ ହେବା ଖବର ଆସିଛି। ଦୁଇ ଦିନ ତଳେ ଶିକ୍ଷକ ଜଣକ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସ୍କୁଲକୁ ବନ୍ଦ କରାଯାଇ ପିଲାମାନଙ୍କୁ ସ୍କୁଲ ନ ଆସିବା ଲାଗି କୁହାଯାଇଥିଲା। ତେବେ ପ୍ରକୃତ କାରଣ ସମ୍ପର୍କରେ ପିଲାଙ୍କୁ କୁହାଯାଇ ନ ଥିଲା। ବରଂ କ୍ୟାମ୍ପସକୁ ବିଶୋଧନ କରାଯିବାକୁ ଥିବାରୁ ସ୍କୁଲ ଛୁଟି କରାଯାଉଛି ବୋଲି ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲା। ଏଥିପାଇଁ ଶନିବାର ଓ ରବିବାର ସ୍କୁଲରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରି ନ ଥିଲା।

ସମ୍ବନ୍ଧିତ ଖବର