ନୂଆଦିଲ୍ଲୀ : ଡ. କର୍ନି ସିଂହ ସୁଟିଂ ରେଞ୍ଜ୍ରେ ଚାଲିଥିବା ବନ୍ଧୁକ ଚାଳନା ବିଶ୍ବକପ୍ରେ ଭାରତର ସ୍ବର୍ଣ୍ଣ ପଦକ ଅମଳ ଜାରି ରହିଛି। ଶନିବାର ସୁଦ୍ଧା ମୋଟ ୧୩ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଭାରତ ରବିବାର ଆଉ ୨ ସ୍ବର୍ଣ୍ଣ ସମେତ ଗୋଟିଏ ରୌପ୍ୟ ପଦକ ଜିତିନେଇଛି। ଏଥି ସହିତ ମୋଟ ପଦକ ସଂଖ୍ୟାକୁ ୩୦ (୧୫ ସ୍ବର୍ଣ୍ଣ, ୯ ରୌପ୍ୟ, ୬ କାଂସ୍ୟ)କୁ ବୃଦ୍ଧି କରିଛି। ଭାରତ ପଦକ ତାଲିକାର ଶୀର୍ଷ ସ୍ଥାନ ମଧ୍ୟ ବଜାୟ ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶନିବାର ଭାରତୀୟ ପୁରୁଷ ଓ ମହିଳା ଦଳ ଟ୍ରାପ୍ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ କରାୟତ୍ତ କରିଥିଲା। ପୃଥ୍ବୀରାଜ ତୋଣ୍ଡାଇମାନ୍, ଲକ୍ଷ୍ୟ ସିଓରାନ ଓ କିନାନ୍ ଚେନାଇଙ୍କୁ ନେଇ ଗଠିତ ପୁରୁଷ ଦଳ ଟ୍ରାପ୍ରେ କାଜାକସ୍ତାନ (ଭିକ୍ଟର ଖାସିଆନୋଭ୍, ମାକ୍ସିମ କୋଲୋମୋୟେଟ୍ସ ଓ ଆନ୍ଦ୍ରେ ମୋଗିଲେଭ୍ସ୍କି)କୁ ୬-୪ରେ ପରାସ୍ତ କରି ପ୍ରଥମ ସ୍ଥାନ ଦଖଲ କରିନେଇଥିଲା।
ସେହିପରି ଶ୍ରେୟାସୀ ସିଂହ, ରାଜେଶ୍ବରୀ କୁମାରୀ ଓ ମନୀଷା କିର୍ଙ୍କୁ ନେଇ ଗଠିତ ମହିଳା ଦଳ ଟ୍ରାପ୍ ଫାଇନାଲ୍ରେ ସମାନ ପ୍ରତିଦ୍ବନ୍ଦ୍ବୀ କାଜାକସ୍ତାନ (ସାର୍ସେଙ୍କୁଲ ରିସ୍ବେକୋଭା, ଆଇଝାନ୍ ଦୋସ୍ମାଗାମ୍ବେଟୋଭା ଓ ମାରିୟା ଦିମିତ୍ରେୟୋଙ୍କୋଭା)କୁ ୬-୦ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍ଜା କରିଥିଲା।
ଏହାପରେ ରବିବାର ଭାରତ ୨୫ ମିଟର ରାପିଡ୍ ଫାୟାର ଦଳଗତ ବର୍ଗରେ ରୌପ୍ୟ ପଦକ ଜିତି ନେଇଥିଲା। ବୀଜୟବୀର ସିଂହ, ଗୁର୍ପ୍ରୀତ୍ ସିଂହ ଓ ଆଦର୍ଶ ସିଂହଙ୍କୁ ନେଇ ଗଠିତ ପୁରୁଷ ଦଳ ଫାଇନାଲ୍ରେ ଆମେରିକା (କିଥ୍ ସାଣ୍ଡରସନ୍, ଜାକ୍ ହବ୍ସନ ଓ ହେନ୍ରି ଟର୍ନର) ଦଳଠୁ ୨-୧୦ରେ ହାରି ଯାଇଥିଲା।