ଆମ୍ବତୋଳୁଥିବା ବେଳେ ଗଛରୁ ଖସିପଡ଼ି ଯୁବତୀ ମୃତ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଳକାଟି ଫାଣ୍ଡି ଅଧୀନ ପୁରଣ ପ୍ରଧାନ ଆମ୍ବତୋଟା ଭିତରେ ଗଛରେ ଚଢ଼ି ଆମ୍ବ ତୋଳୁଥିବା ବେଳେ ଗୋଡ଼ ଖସିଯିବାରୁ ଗଛରୁ ଖସିପଡ଼ି ଜଣେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବତୀ ହେଲେ ସ୍ଥାନୀୟ ବାଲିପାଟଣା ଥାନା ଅଧୀନ ବାରଦୁଖାନା ଗ୍ରାମର ନବଘନ ପ୍ରଧାନଙ୍କ ସାନଝିଅ ବୁଦ୍ଧି ପ୍ରଧାନ (୨୬) । ବୁଦ୍ଧିଙ୍କ ମୁଣ୍ଡ ଓ ଶରୀରର ଗଭୀର ଆଘାତ ଲାଗିଛି । ଉପସ୍ଥିତ ଲୋକମାନେ ବୁଦ୍ଧିଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ବୁଦ୍ଧିଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବାଲିଅନ୍ତା ଥାନାରେ ନଂ ୧୦/୨୧ ରେ ଏକ ଅପମୃତ୍ୟ ମାମଲା ରୁଜୁ ହୋଇଛି ।

ପ୍ରାପ୍ତ ସୂଚନା ଅନୁସାରେ ଅତ୍ୟନ୍ତ ଗରିବ ଶ୍ରେଣୀର ମାନସିକ ବିକାଗ୍ରସ୍ତ ବ୍ୟକ୍ତି ନବଘନଙ୍କର ସାନଝିଅ ବୁଦ୍ଧି ଆଜି ସକାଳ ସାଢ଼େ ୯ଟା ସମୟରେ ନିକଟସ୍ଥ ତୋଟାକୁ ଆମ୍ବ ଗୋଟାଇବା ପାଇଁ ଯାଇଥିଲେ । ହେଲେ ଗଛରୁ ଆମ୍ବ ତୋଳିବା ତାଙ୍କ ପାଇଁ କାଳ ହୋଇଥିଲା । ଅସାବଧାନତାବଶତଃ ଗଛରୁ ତଳକୁ ଖସିପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଥିଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର