ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା: କାଲିଠୁ ଉପକୂୂଳ ଓଡ଼ିଶାରେ ଆରମ୍ଭ ହେବ ବର୍ଷା

ଭୁବନେଶ୍ବର: ୟାସ୍ ନେଇ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶଙ୍କ ସୂଚନା । ଆଜି ସନ୍ଧ୍ୟା ୫ଟା ଭିତରେ ସାମୁଦ୍ରିକ ଝଡର ରୂପ ନେବ । କାଲି ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହେବ ।  ଉତ୍ତର ଓ ଉପକୂଳ ଜିଲ୍ଲାରେ ଅଧିକ ପ୍ରଭାବ ପକାଇବ ବାତ୍ୟା । ପାରାଦୀପଠାରୁ ୫୩୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ୱରଠାରୁ ୬୩୦ କିମି ଦୂରରେ ରହିଛି ବାତ୍ୟା ୟାସ୍ । ୧୨ ଘଣ୍ଟାରେ ସିଭିୟର ସାଇକ୍ଲୋନିକ୍ ଷ୍ଟ୍ରମର ରୂପ ନେବାକୁ ଯାଉଛି । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର ଜିଲ୍ଲାକୁ ସତର୍କ । କାଲିଠୁ ଉପକୂୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ୨୫ରେ କମ୍, ୨୬ରେ ଅତି ପ୍ରବଳ ବର୍ଷା ହେବ । ୧୨ ଘଣ୍ଟା ଭିତରେ ଅଧିକ କ୍ଷୟକ୍ଷତି ଘଟାଇବ । ସ୍ଥଳଭାଗ ଛୁଇଁବାର ପୂର୍ବ ୬ ଘଣ୍ଟା ଓ ପରବର୍ତ୍ତୀ ୬ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ।

୨୬ ତାରିଖ ମଧ୍ୟାହ୍ନ ସୁଧା ଲ୍ୟାଣ୍ଡଫଲ କରିବ ଏବଂ ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଂଟାକୁ ୧୬୫ କିଲୋମିଟର ହୋଇପାରେ । ବେଳେ ବେଳେ ପବନ ଝଟକା ଦେଇ ଘଂଟାକୁ ୧୮୫ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ଯାଇପାରେ । ପୂର୍ବରୁ ଏହା ବାଙ୍ଗଲାଦେଶ ଯାଇପାରେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏବେ ଏହା ଓଡ଼ିଶା ଆଡକୁ ମୁହାଁଇବ ବୋଲି ଆକଳନ କରାଯାଉଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଭାରତର ପ୍ରାୟ ଅଧା ଆକାରର ସୃଷ୍ଟି ହୋଇଥିବା ଏହି ବାତ୍ୟା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ଆକାରକୁ ଯିବ ବୋଲି ପୂର୍ବାନୁମାନ କରାଯାଇଛି ।

ସମ୍ବନ୍ଧିତ ଖବର