ଡେଙ୍ଗୁରେ ଓଡ଼ିଆ ଛାତ୍ରଙ୍କ ମୁତ୍ୟୁ, ଅଧୁରା ରହିଲା ଆଇଏଏସ୍‌ ହେବାର ସ୍ବପ୍ନ

ନୂଆଦିଲ୍ଲୀ : ଡେଙ୍ଗୁରେ ୨୩ ବର୍ଷିୟ ଓଡ଼ିଆ ଛାତ୍ର କୁରୁକ୍ଷେତ୍ର ନାଏକ ପ୍ରାଣ ହରାଇଛନ୍ତି। ସ୍ଥାନୀୟ କାଲରା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

କଳାହାଣ୍ଡି ଜିଲ୍ଲା ନର୍ଲା କେରାଣ୍ଡିଖୁଣ୍ଟିର ସ୍ବର୍ଗତ ନାଏକ ଗତ ଦୁଇ ବର୍ଷ ହେଲା ଦିଲ୍ଲୀରେ ୱେଷ୍ଟ୍‌ ପଟେଲ ନଗର ଅଂଚଳରେ ରହି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଓ କୋଚିଂ ନେଉଥିଲେ। କୁରୁକ୍ଷେତ୍ରଙ୍କ ପରିବାର ଗରିବ ହୋଇଥିଲେ ମଧ୍ୟ ତାଙ୍କ ଆଇଏଏସ୍‌ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ସବୁପ୍ରକାର ଉଦ୍ୟମ କରିଥିଲେ। ଗାଁରେ ଜମି ବନ୍ଧକ ରଖି ଦିଲ୍ଲୀ ପଠାଇଥିଲେ। କୁରୁକ୍ଷେତ୍ରଙ୍କ ଅକାଳ ବି‌ୟୋଗ ଖବର ପାଇବା ପରେ ଓଡ଼ିଆ ମହାମଞ୍ଚର ଅଧ୍ୟକ୍ଷ ଗୋବର୍ଦ୍ଧନ ଧଳ ତାଙ୍କ ମର ଶରୀରକୁ କିଭଳି ଜନ୍ମମାଟିରେ ପହଞ୍ଚାଯିବ, ସେ ‌ନେଇ ‘ଓଡ଼ିଶା ମୋ ପରିବାର’ ସଦସ୍ୟଙ୍କ ସହିତ ବିଚାରବିମର୍ଶ କରିଥିଲେ। ‘ଓଡ଼ିଶା ମୋ ପରିବାର’ ଓ ‘ଓଡ଼ିଆ ମହାମଞ୍ଚ’ର ମିଳିତ ପ୍ରୟାସରେ ଶନିବାର ଦିନ ସଡ଼କ ପଥରେ କୁରୁକ୍ଷେତ୍ରଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ନିଆଯାଇଛି।

ସମ୍ବନ୍ଧିତ ଖବର