ବିଏସ୍‌ଏନ୍‌ଏଲ୍‌ ଏସ୍‌.ସି/ଏସ୍‌.ଟି କର୍ମଚାରୀ କଲ୍ୟାଣ ସଂଘର ସାଧାରଣ ଅଧିବେଶନ

ଭୁବନେଶ୍ୱର: ବିଏସ୍‌ଏନ୍‌ଏଲ୍‌ ଏସ୍‌.ସି/ଏସ୍‌.ଟି କର୍ମଚାରୀ କଲ୍ୟାଣ ସଂଘର ପଞ୍ଚମ ଓଡ଼ିଶା ମଣ୍ଡଳ ସମ୍ମିଳନୀ ଓ ସାଧାରଣ ଅଧିବେଶନ ବାଣୀବିହାରସ୍ଥିତ ଆଞ୍ଚଳିକ ଦୂରସଞ୍ଚାର ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏସ୍‌ଏନଏଲ୍‌, ଓଡ଼ିଶା ଶାଖାର ମୁଖ୍ୟ ମହାପ୍ରବନ୍ଧକ ଡ. ୟୁ.ଏସ୍‌ ପଣ୍ଡା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ରବି ଦାସ ମୁଖ୍ୟବକ୍ତା, ସଂଘର ସର୍ବଭାରତୀୟ ସାଧାରଣ ସମ୍ପାଦକ ଏନ୍‌.ଡି. ରାମ, ମୁଖ୍ୟ ପୃଷ୍ଠପୋଷକ ଲକ୍ଷ୍ମଣ ମଲ୍ଲିକ, ସର୍କଲ ସଂପାଦକ ଧୀରେନ୍‌ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଦଳିତ, ଆଦିବାସୀ, ଗରିବ ଓ ଅସହାୟମାନଙ୍କ ଲାଗି ଥିବା ସାମ୍ବିଧାନିକ ବ୍ୟବସ୍ଥା, କାର୍ଯ୍ୟକାରିତା ଏବଂ ବିଏସ୍‌ଏନ୍‌ଏଲ୍‌ର ସ୍ଥିତି, ଉନ୍ନତି ତଥା କର୍ମଚାରୀମାନଙ୍କ ସ୍ୱାର୍ଥ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରତିନିଧିମାନେ ଯୋଗଦେଇଥିଲେ। ଅପରାହ୍‌ଣ ଅଧିବେଶନରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ସନ୍ତୋଷ ସେଠୀ ସର୍କଲ ସଭାପତି, ପୁରୁଷୋତ୍ତମ ମାଝୀ ସର୍କଲ ସମ୍ପାଦକ, ପି.ସି ଦାସ ଓ ମୁଖ୍ୟ ପୃଷ୍ଠପୋଷକ ଲକ୍ଷ୍ମଣ ମଲ୍ଲିକ ଅର୍ଥ ସମ୍ପାଦକ, ଅଚ୍ୟୁତାନନ୍ଦ ନାୟକ ମୁଖ୍ୟ ଉପଦେଷ୍ଟା, ଶ୍ରୀପତୀ ନାୟକ ଉପଦେଷ୍ଟା, ମନମୋହନ ଚୌଧୁରୀ, ହରିହର ସେଠୀ ସମୀକ୍ଷକ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ସର୍କଲ ଲିଆସନ୍ ଅଫିସର୍ ତପସ୍ୱୀ ବେହେରା ନିର୍ବାଚନ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର