ଜାଣନ୍ତୁ , ସଫଳତା ପାଇବାପାଇଁ କେଉଁଥିରୁ ଦୂରେଇ ରହିବେ ?
ସାଧାରଣତଃ କାହାର ବା ଇଛା ନଥାଏ କି ସେ ତାହାର ଜୀବନରେ ସଫଳତା ପାଉ ବୋଲି?ହେଲେ ଆମମାନଙ୍କ ଦ୍ୱାରା ହେଉଥିବା ଏପରି କିଛି ଭୁଲ୍ ଲାଗି ଆମେ ଅସଫଳ ହୋଇଥାଉ।ତେବେ ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତି ଜୀବନରେ ସଫଳତା ପାଇବାକୁ ହେଲେ ତାହାକୁ ଏପରି କିଛିି କଥା ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ,ଯାହାକି ତାକୁ ସଫଳପ୍ରାପ୍ତ ମଣିଷ ଭାବରେ ପ୍ରତିଷ୍ଠିତ କରାଇଥାଏ।
ଆସନ୍ତୁ ଜାଣିବା ସଫଳତା ପାଇବାର ସେହି କଥା ବିଷୟରେ….
Sambad is now on WhatsApp
Join and get latest news updates delivered to you via WhatsApp
ନିଜର ଦୁର୍ବଳତା ବିଷୟରେ କାହାରିକୁ କୁହନ୍ତୁ ନାହିଁ: କିଛି ଲୋକ ଏମିତି ଥାଆନ୍ତି ,ଯେଉଁମାନେି ନିଜ ସଂପର୍କୀୟ ଓ ବନ୍ଧୁଙ୍କୁ ନିଜର ଦୁର୍ବଳତାକୁ ଜଣାଇଥାଆନ୍ତି।ଯାହାକି ପରମୂହୁର୍ତ୍ତରେ ସେମାନଙ୍କୁ କଷ୍ଟ ଦେଇଥାଏ।ତେଣୁ ଆପଣ ନିଜ ଦୁର୍ବଳତାକୁ କାହାରିକୁ ଜଣାନ୍ତୁ ନାହିଁ।
ଆପଣଙ୍କ ଭିତରେ ଥିବା ଗୋଟିଏ ଦୋଷ ହିଁ ଆପଣଙ୍କର ସମସ୍ତ ଗୁଣକୁ ନଷ୍ଟ କରି ଦେଇଥାଏ:-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଆପଣଙ୍କ ମଧ୍ୟରେ ଯେତେ ଭଲ ଗୁଣ ରହିଥାଉ ପଛକେ ,ହେଲେ ଆପଣଙ୍କ ମଧ୍ୟରେ ରହିଥିବା କେବଳ ଗୋଟିଏ ଦୋଷ ହିଁ ଆପଣଙ୍କର ସମସ୍ତ ଭଲ ଗୁଣକୁ ଲୁଚାଇ ଦେଇଥାଏ। ତେଣୁ ଆପଣଙ୍କ ମଧ୍ୟରେ ଥିବା ଦୋଷକୁ ପରିମାର୍ଜିତ କରି ଆଗକୁ ବଢ଼ନ୍ତୁ।
ଆାଳସ୍ୟକୁ ତ୍ୟାଗ କରନ୍ତୁ:-ଏହି ଦୁନିଆରେ ୨୦ ପ୍ରତିଶତ ଲୋକ ସଫଳତାର ଶୀର୍ଷରେ ରହିଥିବାବେଳେ ବାକି ୮୦ ପ୍ରତିଶତ ସଫଳ ନୁହଁନ୍ତି, ଯାହାର କି କାରଣ ସେମାନଙ୍କର କାର୍ଯ୍ୟ ପ୍ରତି ଆଳସ୍ୟ ଭାବ । ତେଣୁ ସଫଳତା ଲାଭ ପାଇଁ ଆପଣ ସର୍ବଦା ହିଁ ନିଜ ଜୀବନରୁ ଆଳସ୍ୟ ପରିତ୍ୟାଗ କରନ୍ତୁ।
ବଦନାମିଠାରୁ ଦୂରେଇ ରୁହନ୍ତୁ:-ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ମତରେ,ଅପମାନିତ ହୋଇ ବଞ୍ଚିବା ଅପେକ୍ଷା ମରିଯିବା ବରଂ ବ୍ୟକ୍ତି ପାଇଁ ଅତ୍ୟନ୍ତ ଭଲ ଅଟେ, କାହିଁକିନା ମୃତ୍ୟୁ ତ କେବଳ ଗୋଟିଏ କ୍ଷଣକର ଦୁଃଖ ଦେଇଥାଏ,ହେଲେ ଅପମାନ ମନୁଷ୍ୟ ଜୀବନକୁ
ପ୍ରତ୍ୟେକ ଦିନ ଦୁଃଖରେ ଭରି ଦେଇଥାଏ।ଏହି କାରଣକୁ ନେଇ ଆମ ସମସ୍ତଙ୍କ ଭିତରେ ବଦ୍ନାମର ଭୟ ରହିବା ଦରକାର ବୋଲି ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି। ଆଉ ଯଦି ଏହି ଭୟଟି ଆମ ମନରୁ ଦୂରେଇ ଯାଏ ତ,ତେବେ ଆମେ ଭୁଲ୍ କରି ବସୁ, ଯାହାକି ଆମକୁ ବଦ୍ନାମ କରାଇଥାଏ। ଆଉ ଯଦି ଆପଣ ଥରଟିଏ ବଦ୍ନାମ ହୁଅନ୍ତି ,ତେବେ ଏହା ଆପଣଙ୍କୁ ସବୁଦିନ ପାଇଁ ଖରାପ କରାଇଦିଏ।