ଜୁନ୍‌ରେ ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌, ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା!

କଟକ: ଆସନ୍ତା ଜୁନ ମାସରେ ବାରବାଟୀରେ ଟି୨୦ ମ୍ୟାଚ୍‌ ଖେଳାଯାଇପାରେ। ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଏହି ମ୍ୟାଚ୍‌ ହୋଇପାରେ। ଏନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ତେବେ ଏନେଇ ବିସିସିଆଇ ପକ୍ଷରୁ ସବୁଜ ସଂକେତ ମିଳିଛି। ପୂର୍ବରୁ ଫ୍ରେବୁଆରି ୧୫ରେ ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି୨୦ ମୁକାବିଲା କୋଭିଡ କାରଣରୁ ବିସିସିଆଇ ଏହି ମ୍ୟାଚକୁ ଦୁଇଟି ଷ୍ଟାଡିୟମରେ କରିବା ନେଇ ସ୍ଥିର କରିଥିଲା। ତେଣୁ ବାରବାଟୀ ମ୍ୟାଚ୍‌ର ଆୟୋଜନରୁ ବାଦ୍‌ ପଡ଼ିଥିଲା। ସୂଚନାଯୋଗ୍ୟ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦିନିକିଆ ଓ ଟି୨୦ ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ ଓ କୋଲକାତାର ଇର୍ଡେନ ଗାର୍ଡେନରେ ଖେଳାଯିବ।

ତେବେ ବାରବାଟୀରେ ଟି-୨୦ ମ୍ୟାଚ୍‌ ଖେଳାଯିବା କୋଭିଡି ପରିସ୍ଥିତି ଓ ବିସିସିଆଇର ନିଷ୍ପତ୍ତି ଉପରେ ନିର୍ଭର କରୁଛି। କାରଣ କୋଭିଡ ପରିସ୍ଥିତି ଠିକ୍‌ ନଥିଲେ ରାଜ୍ୟ ସରକାର ବାରବାଟୀରେ ମ୍ୟାଚ୍‌ର ଆୟୋଜନ ପାଇଁ ଅନୁମତି ଦେବା ଆଶା କମ୍‌। ଅନ୍ୟପଟରେ ଟି-୨୦ ମ୍ୟାଚ୍‌ରେ କରୋନା ଯଦି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ଥିବ ତା’ହେଲେ ଦର୍ଶକଙ୍କୁ ପ୍ରବେଶ ମିଳିପାରିବ।

ସମ୍ବନ୍ଧିତ ଖବର