କାହିଁକି ମାଣ୍ଡବ୍ୟ ଋଷିଙ୍କୁ ଶୂଳି ଦିଆଯାଉଥିଲା ? କ’ଣ ହେଲା ତାପରେ ?

ପୁରାଣ କାଳରେ ମାଣ୍ଡବ୍ୟ ନାମକ ଜଣେ ଋଷି ଥିଲେ । ସେ ନିଜ ଆଶ୍ରମରେ ତପସ୍ୟାରତ ଥିଲେ । ଅକସ୍ମାତ୍‌ ସେହି ଆଶ୍ରମ ବାଟ ଦେଇ କିଛି ଚୋର ରାଜକୋଷରୁ ଧନ ଲୁଟି ନେଇ ଦୌଡୁଥିଲେ । ତାଙ୍କ ପଛେ ରାଜାଙ୍କ ସିପାହୀମାନେ ମଧ୍ୟ ଦୌଡୁଥିଲେ । ଚୋରମାନେ ଭାବିଲେ ଯେ ଆଉ ଧନ ଧରି ଦୌଡିବା ସମ୍ଭବ ନୁହେଁ, ତା’ଛଡା ମୁନିଙ୍କ ଆଶ୍ରମରେ ଲୁଚାଇ ରଖିଲେ ସିପାହୀମାନେ ବି ସନ୍ଦେହ କରିବେନି ଓ ପରେ ସେଠାକୁ ଆସି ଧନତକ ନେଇଯିବେ । ଏହା ଭାବି ସେହି ଚୋରମାନେ ମହର୍ଷି ମାଣ୍ଡବ୍ୟ ଙ୍କ ଆଶ୍ରମରେ ଧନକୁ ଲୁଚାଇ ଚାଲିଗଲେ ।
କିଛି ସମୟ ପରେ ସିପାହୀମାନେ ଋଷିଙ୍କ ଆଶ୍ରମରେ ପଶି ଚୋରି ଧନ ଖୋଜିବାରେ ଲାଗିଲେ ଓ ତା’ହା ମିଳିଗଲା । ସେମାନେ ତପସ୍ୟାରତ ଋଷିଙ୍କୁ ଜଣେ ଚୋର ଭାବି ରାଜାଙ୍କ ପାଖକୁ ଧରି ନେଲେ । ରାଜ ଦରବାରରେ ରାଜା ଅଭିଯୁକ୍ତ ଋଷିଙ୍କୁ ନିଜ ପକ୍ଷ ରଖିବା ଲାଗି କୌଣସି ସୁଯୋଗ ନ ଦେଇ ସିଧାସଳଖ ଶୁଳିରେ ଚଢାଇବା ଲାଗି ନିର୍ଦ୍ଦେଶ ଦେଲେ ।

ଏଭଳି ବିଚାର ଶୁଣି ମାଣ୍ଡବ୍ୟ ଖୁବ୍‌ ବିସ୍ମିତ ହେଲେ, ସେ ଭାବିଲେ ଏଭଳି ପାପ ତ ଏ ଜନ୍ମରେ କରିନାହାଁନ୍ତି,ଯାହାର ପରିଣାମ ସ୍ୱରୂପ ତାଙ୍କୁ ଏମିତିକା ଦଣ୍ଡ ମିଳିବ । ଏହାପରେ ସେ ନିଜର ପୂର୍ବ ଶହେ ଜନ୍ମ କଥାକୁ ମଧ୍ୟ ଦେଖିଲେ । ସେଥିରେ ବି କୌଣସି ପାପ କରିନଥିବା ଜାଣିଲେ। ଏହାପରେ ସେ ପରମାତ୍ମାଙ୍କୁ ସ୍ମରଣ କରିଲେଏବଂଜାଣିବାକୁ ଚାହିଁଲେଏଭଳି ଅଭାବନୀୟ ଘଟଣା କାହିଁକି ଘଟିଛି । ଭଗବାନ ତାଙ୍କୁ ଶହେ ଏକତମ ଜନ୍ମ ଦେଖିବା ଲାଗି କହିଲେ ।
ଋଷି ଏଥର ଦେଖିଲେ ଜଣେ ଗୋଟିଏ ଦଶ ବର୍ଷର ବାଳକ ଗୋଟିଏ ହାତରେ ଏକ କୀଟକୁ ଧରି ଅନ୍ୟହାତରେ ଗୋଟିଏ କଣ୍ଟା ଧରି ତା’କୁ ଫୋଡୁଛି, କୀଟ ଟି କଷ୍ଟ ଭୋଗୁଛି, ଅଥଚ ବାଳକଟି ଖୁସିରେ ନାଚୁଛି । ଏଥର ମାଣ୍ଡବ୍ୟ ମୁନି ବୁଝିଗଲେ ଯେ ଏହି ବାଳକଟି ସେ ନିଜେ । ସେ ନିଜର ପାପ ପାଇଁ ଦୁଃଖିତ ହେଲେ ।

photo-spiritualawareness.co.in

ମାଣ୍ଡବ୍ୟଙ୍କୁ ଶୂଳି ଦିଆଯିବାର କିଛି ସମୟ ପୂର୍ବରୁ ସେଠାରେ କିଛି ଲୋକ ପହଞ୍ଚିଥିଲେ, ଯେଉଁମାନେ ଋଷିଙ୍କୁ ଭଲ ଭାବେ ଜାଣିଥିଲେ । ସେମାନେ ମାଣ୍ଡବ୍ୟଙ୍କ ସଂପର୍କରେ ସବୁକଥା କହିବା ସାଙ୍ଗକୁ ତାଙ୍କର ନିର୍ଦ୍ଦୋଷତାର ପ୍ରମାଣ ମଧ୍ୟ ଦେଲେ । ସେମାନେ ଧନ ଲୁଟି ଥିବା ଚୋରମାନଙ୍କୁ ମଧ୍ୟ ଧରି ଆଣିଥିଲେ । ରାଜା ଲଜ୍ଜିତ ହୋଇ ମାଣ୍ଡବ୍ୟ ଋଷିଙ୍କୁ କ୍ଷମା ଯାଚନା କରିଲେ । ମାଣ୍ଡବ୍ୟ ବୁଝିଥିଲେ ଯେ ଜୀବକୁ କଷ୍ଟ ଦେବା ଅନୁଚିତ ।

ସମ୍ବନ୍ଧିତ ଖବର