ସମ୍ବାଦ-ଆମ ଓଡ଼ିଶା ଓ ବିଡେକାର ୩୫ ୟୁନିଟ୍‌ ରକ୍ତ ସଂଗ୍ରହ

ଭଞ୍ଜନଗର: ତିଆରି ହୋଇ ପାରିନି ରକ୍ତର ବିକଳ୍ପ। ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ ହିଁ ଏକମାତ୍ର ବିକଳ୍ପ। ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ଯେଉଁ ଆତ୍ମ ସନ୍ତୁଷ୍ଟି ମଳିଥାଏ। ତାହା ସ୍ବର୍ଗିୟ ଆନନ୍ଦ ପ୍ରଦାନ କରିଥାଏ ବୋଲି ‘ସମ୍ବାଦ’ ଆମ ଓଡ଼ିଶା ଓ ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ ସଂଘ (ବିଡେକା) ପକ୍ଷରୁ ମିଳିତ ଭାବେ ଆୟୋଜିତ ରକ୍ତଦାନ ଶିବିରରେ ଅତିଥି ମା‌ନେ ପ୍ରକାଶ କରିଛନ୍ତି। ‘ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବାନାହିଁ’ ସମ୍ବାଦ ଓ ଆମ ଓଡ଼ିଶା ଅଧ୍ୟକ୍ଷଙ୍କ ଏହି ପ୍ରେରଣାଦାୟୀ ସ˚କଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିବର୍ଷ ସମ୍ବାଦ ଓ ବିଡେକା ପକ୍ଷରୁ ବର୍ଷରେ ୨ ଥର ରକ୍ତଦାନ ଶିବିର ଆୟୋଜିତ ହେଉଛି। ଚଳିତ ବର୍ଷ ବିଡେକା ଭବନରେ ଅନୁଷ୍ଠିତ ଏହି ଶିବିରରେ ୩୫ ଜଣ  ରକ୍ତଦାତା ସ୍ବେଚ୍ଛାକୃତ ରକ୍ତଦାନ କରିଛନ୍ତି।

ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢୀ ମୁଖ୍ୟ ଅତିଥି ଭାବେ‌ ଯୋଗଦେଇ ଏହି ଶିବିର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଗୌଡ,ଇଂ ଜ‌େ.ସୁମା ପ୍ରଧାନ, ଇଂ ପ୍ରସନ୍ନ କୁମାର ସ୍ବାଇଁ, ଅନ୍ତର୍ଯ୍ୟାମୀ ପଣ୍ଡା, ରାକେଶ କୁମାର ପଟ୍ଟନାୟକ, ଦିଲୀପ୍‌ କୁମାର ରଥ, ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ, ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସଂପ୍ରତି ବିଭିନ୍ନ ରୋଗୀଙ୍କ ସଂଖ୍ୟା ବୃଦ୍ଧି କାରଣରୁ ରକ୍ତଦାନ ଶିବିର ଗୁଡିକର ବହୁ ଗୁରତ୍ବ ରହିଥିବ ଅତିଥି ମାନେ କହିଥିଲେ।

ଏହି ଶିବିରରେ ୭ ଜଣ ମହିଳା ରକ୍ତଦାନ କରିଥିଲେ। ଏଥିରେ ଶୁଭଶ୍ରୀ ଡାକୁଆ,ଜିତେନ ଷଢଙ୍ଗୀ, ସୁମନ୍‌ କୁମାର ପୃଷ୍ଟି,ବି.ରମନ କୁମାର ପାତ୍ର, ସିଏଚ୍‌ ବାଲାଜୀ ପାତ୍ର, ରୁଦ୍ର ମାଧବ ଗୌଡ, ସୁମନ କୁମାର‌ ଗ‌ୌଡ, ବି.ରାଜେଶ କୁମାର ପାତ୍ର,ପ୍ରମୋଦ କୁମାର ସ୍ବାଇଁ, ବ୍ରଜେନ୍ଦ୍ର ପରିଚ୍ଛା, ପଞ୍ଚୁ ବେହେରା, ବିକ୍ରମ ବ‌େହେରା, ଗୀତାଞ୍ଜଳୀ ଗୌଡ, ଶିବ ଶଙ୍କର ଜେନା, ଜିତେନ୍ଦ୍ର ସ୍ବାଇଁ, ମାଣିକ ଗୌଡ, ବେଦବ୍ୟାସ ପ୍ରଧାନ, ସନ୍ଦୀପ କୁମାର ସ୍ବାଇଁ, ଶିବରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ରଶ୍ମିତା କୁମାରୀ ଜେନା, ବିଚିତ୍ର ନାୟକ, ଚିନ୍ତାମଣି ଡାକୁଆ, ତପନ କୁମାର ସ୍ବାର, ନରସିଂହ ମହାରଣା, ପି.ଶ୍ରୀବା, ପି.ଚିରଞ୍ଜିବି ରାଓ, ପ୍ରିୟଙ୍କା ରାଣୀ, ରାକେଶ କୁମାର ପଟ୍ଟନାୟକ, ଏସ୍‌କେ ଅବ୍ରାଉଦ୍ଦିନ୍‌ ଅହମ୍ମଦ, ବିଭୂଦତ୍ତ ପଲାଇ, ସୁଧାଂଶୁ ଶେଖର ବାରିକ,‌ ଭାରତୀ ବାରିକ, ପିକୁନ ବେହେରା, ନୀର କିଶାନ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଏଥିରେ ଭଞ୍ଜନଗର ରକ୍ତଭଣ୍ଡାର ପକ୍ଷରୁ ଇତିଶ୍ରୀ ତ୍ରିପାଠି, ବିପିନ କୁମାର ପାଣିଗ୍ରାହୀ, ଚିତ୍ତରଞ୍ଜନ ଖଟୁଆ, ଲକ୍ଷ୍ମୀ ନୃସିଂହ ମାଝୀ, ସୀମାଞ୍ଚଳ ସେଠୀ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ।

ମା’-ପୁଅ, ଦୁଇଭାଇ ସହ ଦମ୍ପତି ଦେଲେ ରକ୍ତ

ଏହି ରକ୍ତଦାନ ଶିବିରରେ ମା’-ପୁଅ, ଦୁଇ ଭାଇଙ୍କ ସମତେ ଏକ ଦମ୍ପତି ଏକା ସଙ୍ଗରେ ରକ୍ତ ଦେଇ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଭଞ୍ଜନଗର ସହରର ପି ମାଧବ ରାଓଙ୍କ ପୁଆ ପି.ଚିରଞ୍ଜିବି ଏବଂ ତାଙ୍କ ପତ୍ନୀ ପି.ଶ୍ରୀବା ରକ୍ତ ଦେଇଥିବା ବ‌େଳେ ଖାଲାସି ସାହିରେ ରହୁଥିବା ବି.ମନ୍ମଥ ପାତ୍ର ପୁଅ ବି.ରମନ କୁମାର ପାତ୍ର, ବି.ରାଜେଶ କୁମାର ପାତ୍ର, ରକ୍ତଦାନ କରିଥିଲେ। ସେହିପରି ଡହ ଜଳସେଚନ କଲୋନିରେ ରହୁଥିବା ବସନ୍ତ ବାରିକଙ୍କ ପତ୍ନୀ ଭାରତୀ ବାରିକ ଏବଂ ତାଙ୍କ ପୁଅ ସୁଧାଂଶୁ ଶେଖର ବାରିକ ମିଶି ରକ୍ତଦାନା କରି ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି। ଅତିଥିମାନେ ସେମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

 

ସମ୍ବନ୍ଧିତ ଖବର