ବାଲିପାଟଣା: ଶ୍ରୀ ବୁଦ୍ଧନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ପ୍ରତିଯୋଗିତାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଶୈଳାଧିରାଜ ତନୟା ଶତପଥୀ ସଂଯୋଜନା କରିଥିଲେ। ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟ ସଙ୍ଘ ସଂପାଦକ ରଶ୍ମିରଞ୍ଜନ ପଣ୍ଡା, ସିଆରସିସି ଛବିନାଥ ସାଠୁଆ, ପ୍ରଧାନ ଶିକ୍ଷକ ବିଜୟ ବେହେରା ପରୀକ୍ଷା ପରିଚାଳନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଚାରକ ଭାବେ ରଘୁନାଥ ବେହେରା, କାଶୀନାଥ ସାହୁ, ଜ୍ୟୋତ୍ସ୍ନାରାଣୀ ଦାଶ, ଏ ରାଜପ୍ରସାଦ ଦୋରା, ଅଭୟ ବେହେରା, ଚରଣ ବେହେରା, ଶିବପ୍ରସାଦ ବେହେରା, ମମିତା ଦଳେଇ, ପ୍ରଜ୍ଞା ପରମିତା ରାଉତ, ସଂଯୁକ୍ତା ଦେଇ, ଅଲିଭା ଦାଶ, ଶାନ୍ତିଲତା ବେହେରା, ସ୍ମୃତିରେଖା ପ୍ରହରାଜ, ବିଜୟଲକ୍ଷ୍ମୀ ପଣ୍ଡା ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟନ୍ତ କୁମାର ଓଝା ଏବଂ ବିଦ୍ୟାଳୟ କର୍ମଚାରୀ ସହଯୋଗ କରିଥିଲେ।