ବିଶ୍ବର ଷଷ୍ଠ ବଡ଼ ଧନୀଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ବିଶ୍ବର ବହୁ ବଡ଼ ବଡ଼ ଧନୀଙ୍କ ବିବାହ ବିଚ୍ଛେଦ ତାଲିକା ଲମ୍ବା ହେବାରେ ଲାଗିଛି। ଏହି ତାଲିକାରେ ଯୋଡ଼ି ହୋଇଥିବା ନୂଆ ନାମ ହେଉଛି ସର୍ଜି ବ୍ରିନ୍। ସେ ହେଉଛନ୍ତି ଇଣ୍ଟରନେଟ୍ କଂପାନି ଗୁଗୁଲ୍‌ର ସହ ପ୍ରତିଷ୍ଠାତା। ପତ୍ନୀ ନିକୋଲ ସନାହାନ୍‌ଙ୍କଠାରୁ ବିଚ୍ଛେଦ ପାଇଁ ସେ ଆବେଦନ କରିଥିବା ଜଣାପଡ଼ିଛି। ଉଭୟଙ୍କ ଏକ ତିନି ବର୍ଷର ପୁତ୍ର ସନ୍ତାନ ରହିଛି। ଦମ୍ପତିଙ୍କ ଭିତରେ ଏଭଳି ବିଭେଦ ସୃଷ୍ଟି ହୋଇଛି ଯାହାର ସମାଧାନ ସମ୍ଭବ ନୁହେଁ ବୋଲି ବ୍ରିନ୍‌ କୋର୍ଟରେ କରିଥିବା ଆବେଦନରେ ଉଲ୍ଲେଖ କରିଛନ୍ତି। ବ୍ରିନ୍‌ଙ୍କ ପାଖରେ ୯୪୦୦ କୋଟି ଡଲାରର ସମ୍ପତ୍ତି ରହିଛି। ୧୯୯୮ରେ ଲାରି ପେଜ୍‌ଙ୍କ ସହ ମିଶି ସେ ଗୁଗୁଲ୍‌କୁ ପ୍ରତି‌ଷ୍ଠା କରିଥିଲେ। ସନାହାନ୍‌ଙ୍କ ପୂର୍ବରୁ ସେ ଆ‌ନେ ୱଜସିକିଙ୍କୁ ବିବାହ କରିଥିଲେ ଓ ୨୦୧୫ରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। କିଛି ମାସ ପୂର୍ବେ ମାଇକ୍ରୋସଫ୍ଟର ମୁଖ୍ୟ ବିଲ୍‌ ଗେଟସ ନିଜ ପତ୍ନୀ ମେଲିଣ୍ଡା ଗେଟ୍‌ସଙ୍କଠାରୁ ଅଲଗା ହୋଇଥିଲେ। ସେହିପରି, ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ମଧ୍ୟ ନିଜ ପତ୍ନୀ ସ୍କଟ ମାକିନ୍‌ଜେଙ୍କଠାରୁ ଅଲଗା ହୋଇଥିଲେ।

ସମ୍ବନ୍ଧିତ ଖବର