ବୈପାରିଗୁଡାରେ ବୋମା ଯାଞ୍ଚ ବେଳେ ମିଳିଲା ଗଞ୍ଜେଇ

ବୈପାରିଗୁଡା: ବୈପାରିଗୁଡା ୧୮୦ ବିଏସଏଫ ଯବାନ ପ୍ରତିଦିନ ଭଳି ଆଜି ମଧ୍ୟ ସକାଳୁ କୁମ୍ବିଂ ପାଇଁ ବାହାରିଥିଲେ। କୁମ୍ବିଂ ବେଳେ କୋଟା ଛକ ନିକଟରେ ରହିଥିବା ଏକ କଲଭର୍ଟ ତଳେ ଏକ ପଲିଥିନ୍ ପେକିଙ୍ଗ୍ ପାର୍ଶଲ୍ ପେଟି ଦେଖିବାକୁ ପାଇଥିଲେ। ବିଏସଏଫ ଯବାନ ସେହି ପାର୍ଶଲ ପେକିଙ୍ଗ ପେଟି ଦେଖି ପାର୍ଶଲ ବୋମା ଥାଇପାରେ ବୋଲି ସନ୍ଦେହ କରିଥିଲେ। କୁମ୍ବିଂ ଅପରେସନ ଜୋରଦାର କରିବା ସହ ବୈପାରିଗୁଡା ପୁଲିସକୁ ଖବର ଦେଇଥିଲେ। ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାକୁ କିଛି ସମୟ ପାଇଁ ସିଲ୍ କରି ଦେଇଥିଲେ। ବିଏସଏଫ ଯବାନଙ୍କ କହିବା ଅନୁଯାୟୀ ପ୍ରତିଦିନ ଏହି ରାସ୍ତା ଦେଇ ଯବାନମାନେ ଯାତାୟତ କରିଥାନ୍ତି ଏବଂ ବୈପାରିଗୁଡା ପୁଲିସ ଠିକ୍ ଏହି ସ୍ଥାନରେ ଗାଡ଼ି ଗୁଡ଼ିକ ଯାଞ୍ଚ କରିଥାନ୍ତି।

Sambad

ପୁଲିସ ଏବଂ ବିଏସଏଫ ଯବାନ ମାନଙ୍କୁ ଟାର୍ଗେଟ କରି ବୋମା ଖୋଞ୍ଜି ଥିବା ସନ୍ଦେହ କରିଥିଲେ। ତୁରନ୍ତ କୋରାପୁଟ ବୋମା ନିଷ୍କ୍ରିୟ ଦଳ ଏବଂ ସନ୍ଧାନୀ କୁକୁର ଦ୍ଵାରା କଲଭର୍ଟ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ କଲଭର୍ଟ ତଳୁ ତିନି ପକେଟ ଗଞ୍ଜେଇ ବାହାରିଥିଲା। ବୈପାରିଗୁଡା ପୁଲିସ ଗଞ୍ଜେଇ ଜବତ କରିବା ସହ ଥାନାକୁ ଆଣିଥିଲେ।

ସମ୍ବନ୍ଧିତ ଖବର