ମୁହଁରେ ଲୋମ ଥିବା ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଅଭିନେତ୍ରୀ ରଶ୍ମିକା

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମରେ ରାଜ୍ କରୁଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ଧିରେ ଧିରେ ଆଗକୁ ବଢ଼ୁଛନ୍ତି । ୨୭ ବର୍ଷୀୟା ରଶ୍ମିକା ନିଜ ଅଭିନୟର ଦକ୍ଷତା ପ୍ରମାଣ କରିବା ସହ ବଲିଉଡରେ ମଧ୍ୟ ପ୍ରବେଶ କରିସାରିଛନ୍ତି। ବଲିଉଡ କଳାକାରଙ୍କ ଭଳି ଅଭିନେତ୍ରୀ ରଶ୍ମିକାଙ୍କର ୩୭.୭ ମିଲିୟନ ପ୍ରଶଂସକ ଅଛନ୍ତି। ନିଜ ପ୍ରଶଂସକଙ୍କ ପାଇଁ ଅଭିନେତ୍ରୀ ଅନେକ ଫଟୋ କିମ୍ବା ଭିଡିଓ ସେୟାର୍ କରୁଥିବା ବେଳେ ଏବେ ନିଜର ଗୋଟିଏ ଫଟୋ ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ନିକଟରେ ରଶ୍ମିକା ମନ୍ଦାନା ପାଉଟ କରି ଏକ ଫଟୋ ସେୟାର୍ କରିଥିଲେ । ସେହି ଫଟୋରେ ଅଭିନେତ୍ରୀ ମେକଅପ୍ ନେଇନଥିବା ଦେଖାଯାଇଥିଲା। କିଛି ଲୋକମାନେ ସେହି ଫଟୋକୁ ବହୁତ ପସନ୍ଦ କରିଥିବା ବେଳେ ଆଉ କିଛି ଲୋକ ସେହି ଫଟୋକୁ ଦେଖି ରଶ୍ମିକାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଫଟୋରେ ରଶ୍ମିକାଙ୍କ ମୁହଁରେ ଲୋମ ଥିବାର ନଜର ଆସୁଥିବାରୁ ତାଙ୍କୁ ଟ୍ରୋଲ କରାଯାଉଛି। ସେଭିଙ୍ଗ କରି ଫଟୋ ଉଠାନ୍ତୁ । ଯଦି ଆପଣ ସେଭିଙ୍ଗ କରିବାକୁ ସକ୍ଷମ ନୁହନ୍ତି ତେବେ ଏତେ ନିକଟରୁ ଫଟୋ ଉଠାଇ ସେୟାର କରନ୍ତୁ ନାହିଁ ବୋଲି କହି ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ତେବେ ଏଭଳି ଟ୍ରୋଲିଂର ଶିକାର ହେବା ପରେ ବି ରଶ୍ମିକା କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

ସମ୍ବନ୍ଧିତ ଖବର