ପାକିସ୍ତାନରେ କାମ କରୁଥିବା ଚୀନ ଇଂଜିନିୟରରମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ, ନିଜକୁ ଦାୟୀ କଲା ବେଲୋଚ ଆର୍ମୀ

କରାଚୀ : ପାକିସ୍ତାନରେ କାମ କରୁଥିବା ଚୀନ ଇଂଜିନିୟରଙ୍କ ଉପରେ ବିପଦ ଦନକୁ ଦିନ ବଢିଚାଲିଛି । ଆଜି ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଚୀନ ଇଂଜିନିୟର ଓ କର୍ମଚାରୀଙ୍କ ଏକ ଦଳ ଉପରେ ବେଲୁଚିସ୍ତାନ ମୁକ୍ତି ସେନା ( ବିଏଲଏ) ପକ୍ଷରୁ ଆକ୍ରମଣ କରାଯିବାରୁ ଅନେକ ଇଂଜିନିୟର ମୃତ୍ୟୁବରଣ କରିଥିବା କୁହାଯାଉଛି ।

ପ୍ରାୟ ୨୨ଟି ଗାଡ଼ିରେ ଏହି ଲୋକମାନେ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଯାଉଥିଲେ । ଗତ ଅଗଷ୍ଟ ମାସ ପରଠାରୁ ଚୀନର ଲୋକମାନଙ୍କ ଉପରେ ବେଲୋଚ ମୁକ୍ତି ସେନାର ଏହା ୩ୟ ଆକ୍ରମଣ । ଏ ସଂପର୍କରେ ବେଲୋଚ ମୁକ୍ତି ସେନା ପକ୍ଷରୁ ନିଜକୁ ଦାୟୀ କରାଯାଇଛି । ବେଲୋଚମାନେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରକୁ ବିରୋଧ କରୁଛନ୍ତି । ଚୀନ ଏହି ପ୍ରକଳ୍ପରୁ ନ ଓହରିଲେ ଆଗକୁ ଏପରି ଆକ୍ରମଣ ଜାରି ରହିବ ବୋଲି ବିଏଲଏର ମୁଖପାତ୍ର ଜିୟାନ୍ଦ ବେଲୋଚ କହିଛନ୍ତି । ଗତ ବର୍ଷ ନଭେମ୍ବରରେ କରାଚୀରେ ଥିବା ଚୀନ କନସୁଲେଟ ଉପରେ ମଧ୍ୟ ବିଏଲଏ ପକ୍ଷରୁ ଆକ୍ରମଣ କରାଯାଇଥିଲା । ସେହିପରି ଗତ ବର୍ଷ ଅଗଷ୍ଟମାସରେ ମଧ୍ୟରେ ଚୀନର ମାଇନିଂ କର୍ମଚାରୀଙ୍କୁ ନେଇ ଯାଉଥିବା ବସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।

ସମ୍ବନ୍ଧିତ ଖବର