ଏମିତି ସ୍ଥାନରେ ଅଛନ୍ତି ପୁଟିନଙ୍କ ପରିବାର ଖୋଜିପାରିବେନି ଶତ୍ରୁ!

ପ୍ରାୟ ମାସେ ଧରି ୟୁକ୍ରେନ ଉପରେ ରୁଷର ଭୟଙ୍କର ଆକ୍ରମଣ ଜାରି ରହିଛି । ଘନ ଘନ ବୋମା ମାଡରେ ଛିନଛତ୍ର ହେବାରେ ଲାଗିଛି ୟୁକ୍ରେନ । କୁହାଯାଉଛି କି ୟୁକ୍ରେନ ଉପରେ ପୁଟିନ ପରମାଣୁ ବୋମା ପକାଇପାରନ୍ତି । ଏଥିପାଇଁ କୁଆଡେ ପ୍ରସ୍ତୁତ ରହିବାକୁ ପୁଟିନ ନିର୍ଦ୍ଦେଶ ଦେଇସାରିଲେଣି । ପରମାଣୁ ଡ୍ରିଲ୍ କରିବା ଲାଗି ରୁଷ ସେନାର ଟପ୍ ଜେନେରାଲଙ୍କୁ ପୁଟିନ ଅର୍ଡର ଦେଇଥିବା ନେଇ ଚର୍ଚ୍ଚା ହେଇଛି । ପରମାଣୁ ଯୁଦ୍ଧ ହେଲେ କେମିତି ନିଜକୁ ରକ୍ଷା କରିବେ ସେଥିପାଇଁ ଏବେଠାରୁ ପ୍ରସ୍ତୁତି କରିବାକୁ କୁହାଯାଇଛି । ରୁଷ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ ନେତା ଓ ଅଫିସର ପରମାଣୁ ଡ୍ରିଲରେ ସାମିଲ ହେବାକୁ ପ୍ରତିଶ୍ରୁତି ଦେଇସାରିଛନ୍ତି । ସେପଟେ କୌଣସି ଅଘଟଣରୁ ରକ୍ଷା ପାଇବା ପାଇଁ ପୁଟିନ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଅଣ୍ଡରଗ୍ରାଉଣ୍ଡ କରିସାରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।

କୌଣସି ଏକ ଗୁପ୍ତ ସ୍ଥାନକୁ ପରିବାର ଲୋକଙ୍କୁ ପୁଟିନ ପଠାଇ ଦେଇଛନ୍ତି । ସେହି ଗୁପ୍ତ ସ୍ଥାନ କୌଣସି ସାଧାରଣ ବଙ୍କର ନୁହେଁ, ତାହା ଏକ ବିଶାଳ ଅଣ୍ଡରଗ୍ରାଉଣ୍ଡ ସିଟି । ପରମାଣୁ ଆକ୍ରମଣରୁ ବର୍ତିବା ପାଇଁ ଏହି ସ୍ପେଶାଲ ହାଇଟେକ୍ ଅଣ୍ଡରଗ୍ରାଉଣ୍ଡ ସିଟି ପୂର୍ବରୁ ତିଆରି କରାଯାଇଛି । କୁହାଯାଉଛି କି ଏହି ହାଇଟେକ୍ ଅଣ୍ଡରଗ୍ରାଉଣ୍ଡ ସିଟି ସାଇବେରିଆର ଅଲ୍‌ତାଇ ପର୍ବତମାଳା ମଧ୍ୟରେ ରହିଛି, ଯାହାକୁ ଠାବ କରିବା ଶତ୍ରୁ ପକ୍ଷରେ ଅସମ୍ଭବ ।


ଏହି ଅଣ୍ଡରଗ୍ରାଉଣ୍ଡ ସିଟି ଏପରି ନିର୍ମାଣ କରାଯାଇଛି ଯେ, ପରମାଣୁ ଆକ୍ରମଣ ହେଲେ ମଧ୍ୟ ଏହାର କୌଣସି କ୍ଷତି ହେବ ନାହିଁ । ଏହି ଅଣ୍ଡରଗ୍ରାଉଣ୍ଡ ସିଟିରେ ପୂରା ପରିବାରକୁ ପୁଟିନ ଲୁଚାଇ ରଖିଛନ୍ତି ବୋଲି କୁହାଯାଉଛି । ପୁଟିନଙ୍କ ପରିବାରକୁ ନେଇ ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି ପୂରା ପରିବାର ଏବେ ସ୍ୱିଜରଲ୍ୟାଣ୍ଡରେ ଅଛନ୍ତି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପୁଟିନ ଏମାନଙ୍କୁ ସ୍ୱିଜରଲ୍ୟାଣ୍ଡ ପଠାଇ ଦେଇଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଦୁଇଟି ଝିଅ । ୩୬ ବର୍ଷିୟା ମାରିଆ ଭରୋନ୍ତସୋଭା ଓ ୩୫ ବର୍ଷିୟା କାଟେରିନା । ତେବେ ପୁଟିନଙ୍କ ସହିତ ତାଙ୍କ ଦୁଇ ଝିଅଙ୍କୁ ବହୁତ କମ୍ ଦେଖିବାକୁ ମିଳିଥାଏ ।

ସମ୍ବନ୍ଧିତ ଖବର