ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଆର୍ଥିକ ପ୍ରଗତି ହେବ। ବାକି କାମ ପୂରା ହେବା ଯୋଗୁଁ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ନୂଆ ଖୁସି ସଂଚାର ହେବ।

ବୃଷ: ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ କୌଣସି ନୂଆ କାମ ପାଇବେ। ବନ୍ଧୁମାନଙ୍କ ସହ ସମ୍ବନ୍ଧ ମଜଭୁତ ହେବ। ପାରିବାରିକ ଜୀବନ ହସିଲା ପୂରିଲା ଲାଗିବ।

ମିଥୁନ: ଆପଣଙ୍କ ପାଖକୁ ଏଭଳି କାମ ଆସିବ ଯାହା ମାଧ୍ୟମରେ ଧନଲାଭ ହେବ। କିଛି ଲୋକ ବନ୍ଧୁତାର ହାତ ବଢ଼ାଇବେ। ଜୀବନସାଥୀ ଆପଣଙ୍କର ଇଚ୍ଛା ପୂରା କରିବେ।

କର୍କଟ: ବୈବାହିକ ଜୀବନ ସୁଖମୟ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ବିଦ୍ୟାର୍ଥୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ।

ସିଂହ: କୌଣସି ଜରୁରୀ କାମରେ ଯାତ୍ରା ଲାଭଦାୟକ ହେବ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପ୍ରଭାବିତ କରିପାରେ। ଲୋକଙ୍କ ସହଯୋଗ ମିଳିବା ଯୋଗୁଁ ଖୁସି ରହିବେ।

କନ୍ୟା: ବଡ଼ଙ୍କ ମତାମତ ନିଅନ୍ତୁ, ଫଳପ୍ରଦ ସାବ୍ୟସ୍ତ ହେବ। କାମ ପ୍ରତି ଆପଣଙ୍କ ପରିଶ୍ରମର ଫଳ ସନ୍ତୋଷଜନକ ହେବ। ପ୍ରେମରେ ସଫଳତା ପାଇବେ।

ତୁଳା: କାମ ପୂରା ହେବାରେ କୌଣସି ବାଧା ଆସିପାରେ। ଅଭିଜ୍ଞ ବ୍ୟକ୍ତିଙ୍କ ମତ ଲାଭଦାୟକ ସାବ୍ୟସ୍ତ ହେବ। ପାରିବାରିକ ବିବାଦଠୁଁ ଦୂରରେ ରୁହନ୍ତୁ।

ବିଛା: କାର୍ଯ୍ୟକ୍ଷେତ୍ରରେ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଲେ ଆପଣଙ୍କର ଲାଭ ହେବ। ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ। କଳା ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଆପଣ ସବୁ କାମରେ ସଫଳତା ପାଇବେ। ଇଂଜିନିୟରଙ୍କ ଲାଗି ଦିନଟି ଭଲ। ଆର୍ଥିକ ସ୍ଥିତିରେ ସୁଧାର ହେବ।

ମକର: ଅନ୍ୟମାନଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଜୀବନରେ ଲାଭର ଅବସର ପାଇବେ। ଭାଇ ଭଉଣୀଙ୍କ ଠାରୁ ଭଲ ଉପହାର ପାଇବେ।

କୁମ୍ଭ: ପରିବାରର ସମସ୍ତେ ଆପଣଙ୍କ ଉପରେ ଖୁସି ରହିବେ। ଅନ୍ୟମାନଙ୍କ କଥାର ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ଅଫିସରେ ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇପାରେ।

ମୀନ: ଅତ୍ୟଧିକ କାର୍ଯ୍ୟଭାର ପାଇଁ କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧି ମିଳିବ।

ସମ୍ବନ୍ଧିତ ଖବର