ମା’ ଚର୍ଚ୍ଚିକା ରାଜ୍ୟ ଓପନ୍‌ ଚେସ୍: ହର୍ଷିତ ବିଜେତା, ସୌମ୍ୟ ଦ୍ବିତୀୟ

ଭୁବନେଶ୍ବର: ବାଙ୍କୀ ଚେସ୍‌ ସଂଘ ଏବଂ ଓଡ଼ିଶା ରାଜ୍ୟ ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ତୃତୀୟ ମା’ ଚର୍ଚ୍ଚିକା ରାଜ୍ୟ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ କଟକ ସେଣ୍ଟ୍ ଜାଭିୟର୍ସ ସ୍କୁଲ୍‌ର ହର୍ଷିତ ରଂଜନ ସାହୁ ଏବଂ ଭୁବନେଶ୍ବର ଫିଡେ ମାଷ୍ଟର୍‌ ସୌମ୍ୟରଂଜନ ମିଶ୍ର ସମାନ ୫.୫ ପଏଣ୍ଟ ଲେଖାଏଁ ପାଇ ଯଥାକ୍ରମେ ବିଜେତା ଓ ଉପ ବିଜେତା ହୋଇଛନ୍ତି।

ସ୍ଥିତପ୍ରଜ୍ଞ ସାହୁ, ସଂଜୀବନ ନାୟକ (ଉଭୟ ୪.୫ ପଏଣ୍ଟ), ସେକ୍ ରାଜା, ରବୀନ୍ଦ୍ର କୁମାର ଓଝା, ଲଳିତ ମୋହନ ସାହୁ, ଚନ୍ଦନ କୁମାର ପ୍ରଧାନ, ଅବିନାଶ ବଳିୟାରସିଂହ, ବିମଳ ବସନ୍ତରା (ପ୍ରତ୍ୟେକ ୪ ପଏଣ୍ଟ) ଯଥାକ୍ରମେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଭିନୀତ ନାୟକ, ଅନିଶ ଆଦି‌ଦେବ, ପ୍ରିୟଦର୍ଶିନୀ ସାହୁ ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ୬୧ ବର୍ଷୀୟ ରଂଜିତ କୁମାର ମହାନ୍ତି ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ସମ୍ମାନ ପାଇଥିଲେ। ବାଙ୍କୀ ଚେସ୍‌ ସଂଘ ସଭାପତି ଜ୍ଞାନରଂଜନ ପରିଡ଼ା, ସମ୍ପାଦକ ଚନ୍ଦନ କୁମାର ପ୍ରଧାନ, ଆର୍ବିଟର୍‌ ତଥା ଉପଦେଷ୍ଠା ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର