ସେରେନାଙ୍କ ସବୁଠୁ ଖରାପ ପରାଜୟ

ଲସ୍‌ ଆଞ୍ଜେଲ୍‌ସ: ୨୩ ଥର ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟୀନି ଆମେରିକୀୟ ଲଳନା ସେରେନା ଓ୍ଵିଲିୟମ୍‌ସ ତାଙ୍କ ହଲ୍‌ ଅଫ୍‌ ଫେମ୍‌ ଜୀବନର ସବୁଠୁ ଖରାପ ପରାଜୟ ବରଣ କରିଛି। ମଙ୍ଗଳବାର ସାନ୍‌ ଜୋସ୍‌ ଟେନିସ୍‌ ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟ ମୁକାବିଲାରୁ ବିଦା ହେବା ତାଙ୍କ ଜୀବନର ସବୁଠୁ ନିକୃଷ୍ଟ ପ୍ରଦର୍ଶନ ରହିଛି। ଏହି ମ୍ୟାଚ୍‌ରେ ଅଣମାନ୍ୟତା ଜୋହାନା କୋଣ୍ଟା ମାତ୍ର ୫୧ ମିନିଟ୍‌ ଲଢ଼େଇରେ ଷଷ୍ଠ ମାନ୍ୟତା ପାଇଥିବା ସେରେନାଙ୍କୁ ପରାସ୍ତ କରିଥିଲେ। ବ୍ରିଟେନ୍‌ର ଏକ ନମ୍ବର ତଥା ପୂର୍ବତନ ବିଜୟୀନି କୋଣ୍ଟା ସିଧାସଳଖ ୬-୧ ଓ ୬-୦ ସେଟ୍‌ରେ ସେରେନାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି। ଏଠାରେ ପୂର୍ବରୁ ୨୦୧୧, ୨୦୧୨ ଓ ୨୦୧୪ରେ ସେରେନା ଟ୍ରଫି ଜିତିଥିଲେ। ସେହିପରି ୨୦୧୭ ଅଷ୍ଟ୍ରେଲିଆନ୍‌ ଓପନ୍‌ କ୍ୱାର୍ଟର ଫାଇନାଲ୍‌ରେ କୋଣ୍ଟାଙ୍କୁ ପରାସ୍ତ କରିଥିଲେ। ହେଲେ କୋଣ୍ଟା ଏଠାରେ ମଧୁର ପ୍ରତିଶୋଧ ନେଇଗଲେ।

ସମ୍ବନ୍ଧିତ ଖବର