ଆଜି ସରିବ ଗୋପାଳର ରିମାଣ୍ଡ

ପାଇଖାନା ଟାଙ୍କିରୁ ମିଳିଥିବା କାଗଜର ଅକ୍ଷର ତାର ବୋଲି କହିଲା ଗୋପାଳ

କଟକ/ ଭୁବନେଶ୍ବର : ନବ ଦାସଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳଙ୍କର ଚାରି ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। କ୍ରାଇମବ୍ରାଞ୍ଚ ପୁଣି ତାକୁ ରିମାଣ୍ଡରେ ଆଣିବ କି ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାଏ ଦେଇ ନାହିଁ।

ସୂଚନା ଅନୁଯାୟୀ, ଗଲା ୧ ତାରିଖଠାରୁ ଏଏସଆଇ ଗୋପାଳ କୃଷ୍ଣ ଦାସକୁ ରିମାଣ୍ଡରେ ଆଣି ତନାଘନା କରୁଛି କ୍ରାଇମବ୍ରାଞ୍ଚ। ଅନ୍ୟପଟେ ଝାରସୁଗୁଡ଼ା ଏୟାରପୋର୍ଟ ଥାନାର ପାଇଖାନା ଟାଙ୍କିରୁ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୨୬ ଖଣ୍ଡ କାଗଜ ଜବତ କରିସାରିଲାଣି। ଏହି ଚିଠିରେ ଲେଖାଯାଇଥିବା ଅକ୍ଷର ଲିଭିଥିବାରୁ ହ୍ୟାଣ୍ଡରାଇଟିଂ ବିଶେଷଜ୍ଞ ସେସବୁ ଅକ୍ଷର ଉଦ୍ଧାର କରିବାକୁ ଉଦ୍ୟମ କରୁଛନ୍ତି। ବାସ୍ତବରେ ଏହି ଅକ୍ଷର ଗୋପାଳର କି ନୁହେଁ ତାହା ଜାଣିବା ପାଇଁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯିବ। କିନ୍ତୁ ଗୋପାଳ ଏହି ଚିଠିରେ ଥିବା ଅକ୍ଷର ନିଜର ବୋଲି ଚିହ୍ନିଥିବା କ୍ରାଇମବ୍ରାଞ୍ଚ ଶୁକ୍ରବାର ଜାରି କରିଥିବା ଏକ ପ୍ରେସ୍ ରିଲିଜରେ ଦାବି କରିଛି। ଅନ୍ୟପକ୍ଷରେ ସିଏଫ୍‌ଏସ୍‌ଏଲ୍ ଟିମ୍ ଇତିମଧ୍ୟରେ ଏହି ତଦନ୍ତରେ ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ଏହି ଟିମ୍ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ପୂର୍ବାହ୍ନରେ ପୁଲିସ ଡିଜି ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର