ଭୁବନେଶ୍ବର: ସମ୍ବଲପୁରରେ ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପାଇଁ ଆନ୍ଦୋଳନ ପ୍ରସଙ୍ଗରେ ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୁଁ ଆନ୍ଦୋଳନର ଅଂଶ ବିଶେଷ।
ସେ ଆହୁରି କହିଛନ୍ତି, ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ। ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ। କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି, ଓଡ଼ିଶା ସରକାରଙ୍କ ତରଫରୁ କୌଣସି କଂକ୍ରିଟ ପ୍ରସ୍ତାବ ଦେଇନାହାନ୍ତି। ରାଜ୍ୟ ସରକାର ଟାଳଟୁଳ ନୀତି କରୁଛନ୍ତି।ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ।ବିଧିବଦ୍ଧ ପ୍ରସ୍ତାବ ସରକାର କାହିଁକି ଆଣୁନାହାନ୍ତି। ରାଜ୍ୟ ସରକାର ଖେଳିବାକୁ ଚାହୁଁଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ହତାଦର ରହିଛି।ପଶ୍ଚିମ ଓଡ଼ିଶାବାସୀଙ୍କ ସମସ୍ୟାଗୁଡିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି।
ଆନ୍ଦୋଳନ କରିବା ପାଇଁ ଗଣତାନ୍ତ୍ରିକ ଉପାୟରେ ସମସ୍ତଙ୍କର ଅଧିକାର ଅଛି। ସରକାର କହୁଛନ୍ତି ଡୋର ଷ୍ଟେପରେ ନ୍ୟାୟ ଦିଆଯିବ। ଅନ୍ୟ ରାଜ୍ୟରେ ହାଇକୋର୍ଟ ବେଞ୍ଚ ଅଛି, ତାହେଲେ ଓଡ଼ିଶାରେ କାହିଁକି ହେବ ନାହିଁ। ଯଦି ବେଞ୍ଚ ହେବ, ହାଇକୋର୍ଟଙ୍କ ଉପରେ ବୋଝ କମିଯିବ। ରାଜ୍ୟ ସରକାର ସ୍ଥାନ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp