ଆଉ ୨ଟି ଅବତାରରେ ଆସିବ ବନ୍ଦେ ଭାରତ

ନୂଆଦିଲ୍ଲୀ : ଭାରତରେ ରେଳ ପରିବହନ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ସକ୍ଷମ ହୋଇଛି  ବନ୍ଦେ ଭାରତ ଏକ୍ସପ୍ରେସ୍ । ସମଗ୍ର ଦେଶରେ ଧୀରେ ଧୀରେ ଲୋକପ୍ରିୟ ହେଉଛି ଏହି ଟ୍ରେନ । ଆଗାମୀ ବର୍ଷରୁ ବନ୍ଦେ ଭାରତର ଆଉ ଦୁଇଟି ପ୍ରକାର ଚାଲୁ କରାଯିବ ।  ଗୋଟିଏ ହେଉଛି ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆସନ୍ତା ବର୍ଷ ଫେବ୍ରୁଆରି-ମାର୍ଚ୍ଚ ସୁଦ୍ଧା ବନ୍ଦେ ଭାରତ ଟ୍ରେନର ତିନୋଟି ସଂସ୍କରଣ ଚାଲିବ । ଏହି ସଂସ୍କରଣଗୁଡ଼ିକ ହେଲା ବନ୍ଦେ ଚେୟାର କାର୍, ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର । ପୂର୍ବରୁ ଚାଲୁଥିବା ଶତାବ୍ଦୀ, ରାଜଧାନୀ ଓ ଲୋକାଲ ଟ୍ରେନ୍ ବଦଳରେ ଏହି ସ୍ୱଦେଶୀ ସେମି ହାଇସ୍ପିଡ୍ ଟ୍ରେନ୍ ପ୍ରସ୍ତୁତ କରାଯାଉଛି। ଚେନ୍ନାଇର ଇଣ୍ଟିଗ୍ରେଟେଡ୍ କୋଚ୍ ଫ୍ୟାକ୍ଟ୍ରିରେ ଏହାକୁ ଉତ୍ପାଦନ କରାଯାଉଛି ।

ଏବେ ଚାଲୁଥିବା ବନ୍ଦେ ଭାରତ ଚେୟାର କାର୍ ସର୍ବାଧିକ ୫୫୦ କିଲୋମିଟର ଦୂରରେ ଥିବା ସ୍ଥାନ ମଧ୍ୟରେ ଚଲାଯାଉଛି । ବନ୍ଦେ ମେଟ୍ରୋକୁ ସର୍ବାଧିକ ୧୦୦ କିଲୋମିଟର ମଧ୍ୟରେ ଚଳାଚଳ କରାଯିବ । କିନ୍ତୁ ବନ୍ଦେ ସ୍ଲିପର ଦୂରଗାମୀ ସ୍ଥାନ ପାଇଁ ଚଳାଚଳ  କରାଯିବ ।

ଆସନ୍ତା ୩ରୁ ୪ ବର୍ଷ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍ ପାଇଁ ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତି କରିବା ପାଇଁ ଏହି ରେଳ ଧାରଣାକୁ ଅପଗ୍ରେଡ୍ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୁରୁଣା ଟ୍ରାକ୍ ଗୁଡ଼ିକ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ଗତି କରିବା ପାଇଁ ଡିଜାଇନ୍ କରାଯାଇଥିଲା ।

ସମ୍ବନ୍ଧିତ ଖବର