ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ ହ୍ୟୁମାନ ପୋଟେନସିଆଲ ଡ଼େଭେଲପମେଂଟ ଟ୍ରଷ୍ଟ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ଭୁବନେଶ୍ୱର: ରୋଟାରୀ ଇ-କ୍ଲବ୍ ଅଫ୍ ମହୋଦଧି ଓ ହ୍ୟୁମାନ ପୋଟେନସିଆଲ ଡ଼େଭେଲପମେଂଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ କଳିଙ୍ଗ ହସ୍ପିଟାଲ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟପରୀକ୍ଷା ଶିବିରର ଆୟୋଜନ କ୍ରିଏଟିଭ୍ ସ୍କୁଲ, ଲୁମ୍ବିନି ବିହାର ପରିସରରେ କରାଯାଇଥିଲା । ଏଥିରେ ପ୍ରାୟ ୧୩୦ରୁ ଉଦ୍ଧ୍ୱର୍ ଶିଶୁ ଓ ବୟସ୍କ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଶିବିରରେ କଳିଙ୍ଗ ହସ୍ପିଟାଲର ଅଭିଜ୍ଞ ଡାକ୍ତର ଯଥା ଡା. ଅଙ୍କିତା (ଶିଶୁ ବିଶେଷଜ୍ଞ), ଡା. ଗୁଲାମ୍ ହୁସେନ୍ (ମେଡିସିନ ସ୍ପେଶାଲିଷ୍ଟ୍), ଡା. ମାନିକେସ (ଦନ୍ତରୋଗ ବିଶେଷଜ୍ଞ) ଓ କିଛି ପାରା ମେଡିକାଲ ଷ୍ଟାଫ୍ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ |

ଏହି ଶିବିରରେ ନାରାୟଣୀ ବସ୍ତି, ହରେକୃଷ୍ଣ ବସ୍ତି, ଚୁନୁକୁଳି ବସ୍ତି, ରେଲବିହାର, ମଙ୍ଗଳାବସ୍ତି ତଥା ଲୁମ୍ବିନି ବିହାରର ବାସିନ୍ଦା ଯୋଗ ଦେଇଥିଲେ । ଏଥିରେ ଲୁମ୍ବିନି ବିହାରର ମାତା ଯଶୋଦା ମଧ୍ୟ ଯୋଗ ଦେଇଥିଲେ । ଏହି ଶିବିରଟି ରୋଟାରୀ ଇ-କ୍ଲବ୍ ଅଫ ମହୋଦଧିର ସେକ୍ରେଟାରୀ ରଜନୀକାନ୍ତ ପଟନାୟକ ଓ ସବ୍ରେଶ୍ୱର ସାହୁ, ପ୍ରେସିଡେଂଟ (୨୦୨୩-୨୪) ଓ ହ୍ୟୁମାନ ପୋଟେନସିଆଲ ଡ଼େଭେଲପମେଂଟ ଟ୍ରଷ୍ଟ ଡ଼େଭେଲପମେଂଟ ଟ୍ରଷ୍ଟର ମୀନା ସୁବୁଦ୍ଧି, କ୍ରିଏଟିଭ ସ୍କୁଲର ପ୍ରିନସିପାଲ ସୁସ୍ମିତା ଶତପଥିଙ୍କର ମିଳିତ ଉଦ୍ୟମରେ ସଫଳ ହେଇପାରିଥିଲା ।

ସମ୍ବନ୍ଧିତ ଖବର