ମସ୍କୋ, ସେଣ୍ଟ ପିଟର୍ସବର୍ଗ ବୁଲିଲେ ପ୍ଲାଷ୍ଟୋ ଡିଲର

ନାଗପୁର: ଆର୍‌ ସି ପ୍ଲାଷ୍ଟୋ ଟ୍ୟାଙ୍କ୍‌ସ ଆଣ୍ଡ ପାଇପ୍ସ ପ୍ରାଇଭେଟ ଲିମିଟେଡର ଡିଲରମାନେ ରୁଷିଆର ମସ୍କୋ ଓ ସେଣ୍ଟ ପିଟର୍ସବର୍ଗ ବୁଲିଛନ୍ତି। ବ୍ୟବସାୟରେ ଉତ୍ତମ ପ୍ରଦର୍ଶନ କରିଥିବା ଦେଶର ୧୬୯ଜଣ ଡିଲରଙ୍କୁ କମ୍ପାନି ଏହି ବିଦେଶ ଟୁର୍‌ରେ ନେଇଥିଲା। ଚଳିତମାସ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଡିଲରମାନେ ଏହି ଗସ୍ତରେ ୭ଦିନ ପାଇଁ ଯାଇଥିଲେ। ଡିଲରମାନଙ୍କ ସହିତ କମ୍ପାନିର ଏମ୍‌ଡି ବିଶାଳ ଅଗ୍ରଓ୍ଵାଲ ଓ ନୀଲେଶ ଅଗ୍ରଓ୍ଵାଲ ମଧ୍ୟ ଯାଇଥିଲେ। ଏତଦ୍‌ବ୍ୟତୀତ କମ୍ପାନି ନିକଟରେ ଦେଶର ୨୨ଟି ରାଜ୍ୟରେ ଅନେକ ନୂଆ ଡିଲରଙ୍କୁ ନିଯୁକ୍ତି ଦେଇଛି। ଅନେକ ନୂଆ ଉତ୍ପାଦ ଯଥା ଫ୍ଲସ୍‌ ଟ୍ୟାଙ୍କ, ପାଇପ୍‌ ଓ ଫିଟିଂ ଉତ୍ପାଦ କମ୍ପାନି ମଧ୍ୟ ବଜାରକୁ ଆଣିଛି।

ସମ୍ବନ୍ଧିତ ଖବର