‘ସ୍ୱାଗତିକା’ ପକ୍ଷରୁ ଶିଶୁ ଯୁବ ମହୋତ୍ସବ

ଭୁବନେଶ୍ୱର: ‘ସ୍ୱାଗତିକା’ ପକ୍ଷରୁ ୩୮ତମ ଜାତୀୟ ସ୍ତରୀୟ ଶିଶୁ ଯୁବ ମହୋତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଓୟୁଏଟିର କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ, ପ୍ରଶାସକ ତ୍ରିବିକ୍ରମ ପ୍ରଧାନ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ବିପିନ ବିହାରୀ ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଅତିସ କୁମାର ରାଉତ ଓ ରଙ୍ଗମ୍‌ର ସମ୍ପାଦକ ଇଂ. ବିପିନ ବିହାରୀ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ସୁଜିତ୍‌ କୁମାର ଓ ପୁଷ୍ପାଞ୍ଜଳି ନୀଲେ ବହୁ ମନଛୁଆଁ ସଂଗୀତ ପରିବେଷଣ କରିଥିଲେ। ଏହି ଅବସରରେ କ୍ୟାପ୍‌ଟେନ୍‌ ଶେଲ୍‌ବି ମିଶ୍ର, ଅଭିନେତ୍ରୀ ସୁର୍‌ମୟୀ, ପିଙ୍କି ପ୍ରିୟଦର୍ଶିନୀ, ସାଇନି ମହାନ୍ତି ଓ ଅଭିଷେକ ନନ୍ଦଙ୍କୁ ସମ୍ମାନିତ କରାଯାଇଥିଲା। ଲେଖା ମହାନ୍ତି, ପ୍ରିୟାଂଶୁ ମହାନ୍ତି, ଜାହ୍ନବୀ ମହାନ୍ତି ଓ କ୍ରିତିକା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିଲା। ସାଇନି ମହାନ୍ତିଙ୍କୁ କଳିଙ୍ଗ କନ୍ୟା ରତ୍ନର ଆମ୍ବାସଡର୍‌ ରୂପେ ଚୟନ କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସଂପାଦକ ଅସିତ କୁମାର ମହାନ୍ତି, ସଂଗଠକ ମାନସ କୁମାର କାନୁନ୍‌ଗୋ, ରାମଚନ୍ଦ୍ର ମହାନ୍ତି, ଲିଙ୍ଗରାଜ ମହାନ୍ତି, ଏମ୍‌ ଦଳାଇ ଓ ଗୋପାଳ ଦଳାଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କମ୍‌ଲ କିରଣ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର