ବାର୍‌ ପାଲଟିଛି ବୁଦ୍ଧ ମଣ୍ଡପ

ଧଉଳି : ଧଉଳି ଶାନ୍ତିସ୍ତୂପ ପରିସରରେ କଳିଙ୍ଗ ନିପୋନ ବୁଦ୍ଧିଷ୍ଟ ସଂଘ ପରିଚାଳନାରେ ଥିବା ଜାପାନୀ କୋଠା ପରିସର ଏବେ ଅସାମାଜିକ ଯୁବକଙ୍କ ଆଡ଼ାସ୍ଥଳୀରେ ପରିଣତ ହୋଇଛି। ବୁଦ୍ଧ ଉଦ୍ୟାନ ଭିତରେ ଅନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ଅନେକ ଥର ସ୍ଥାନୀୟ ଯୁବକମାନେ ଅସଂଯତ ଅବସ୍ଥାରେ ଯୁବକ ଯୁବତୀମାନଙ୍କୁ ଧରି ଧଉଳି ଥାନା ପୁଲିସ ଜିମା ଦେବାର ଦୃଷ୍ଟାନ୍ତ ରହିଛି। ଉଦ୍ୟାନ ପରିସରରେ ଥିବା ବୁଦ୍ଧମଣ୍ଡପ ବି ଏଥିରୁ ବାଦପଡ଼ୁନି। କିଛି ଅସାମାଜିକ ଯୁବକ ଏହା ଉପରେ ବସି ମଦ ପିଉଛନ୍ତି। ମଦ ପିଇସାରି ଖାଲି ବୋତଲ, ଗ୍ଲାସ ଓ ପାଣି ବୋତଲ ମଣ୍ଡପରେ ଫିଙ୍ଗି ପଳାଉଛନ୍ତି। ଏହି ଧର୍ମୀୟ ଅନୁଷ୍ଠାନର ପବିତ୍ରତା ନଷ୍ଟ ହେଉଥିବାରୁ ସାଧାରଣର ଘୋର ଅସନ୍ତୋଷ ପ୍ରକାଶ ପାଇଛି। ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଯୁକ୍ତ ସୁରକ୍ଷା କର୍ମଚାରୀ ଓ ବିଭାଗୀୟ କର୍ମକର୍ତାମାନେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ ହୋଇଛି। ପୁଲିସ ପାଟ୍ରୋଲିଂ ହେଉ ନଥିବାରୁ ଦିନକୁ ଦିନ ମଦ୍ୟପଙ୍କ ଉତ୍ପାତ ବଢ଼ି ଚାଲିଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏ ସଂପର୍କରେ ଆଜି ନିପୋନ ବୁଦ୍ଧ ସଂଘ ପକ୍ଷରୁ ଧଉଳି ଥାନାରେ ଲିଖିତ ଅଭିଯୋଗ ହୋଇଛି। ତୁରନ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର