ଫିଲିପ୍ସର ନୂଆ ଆଇରନ୍‌, ଟ୍ରିମର୍‌

ଭୁବନେଶ୍ୱର: ଫିଲିପ୍ସ ପକ୍ଷରୁ ଏକ ବିଜନେସ୍‌ ପାର୍ଟନର୍‌ ସମ୍ମିଳନୀରେ ଅନେକ ନୂତନ ଉତ୍ପାଦକୁ ଉନ୍ମୋଚନ କରାଯାଇଛି। କଂପାନି ପ୍ରଥମ ଥର ପାଇଁ ୬୦୦ ଟଙ୍କାରୁ କମ୍‌ ମୂଲ୍ୟର ଆଇରନ୍‌ ଆଣିଛି। କଂପାନିର ଆଞ୍ଚଳିକ ମୁଖ୍ୟ ଅମିତାଭ ଶାହ କହିଛନ୍ତି ଯେ, ଆମେ ଆଜି ମିକ୍ସଚର୍‌ ଗ୍ରାଇଣ୍ଡର୍‌, ହ୍ୟାଣ୍ଡ ମିକ୍ସଚର୍‌, ଜୁସର୍‌, ଡ୍ରାଏ ଆଇରନ୍‌, ଷ୍ଟିମ୍‌ ଆଇରନ୍‌, ଗାର୍ମେଣ୍ଟ୍‌ ଷ୍ଟିମର୍‌, ଭାକ୍ୟୁମ୍‌ କ୍ଲିନର୍‌, ଟ୍ରିମର୍‌ ଓ ସେଭର୍‌କୁ ଉନ୍ମୋଚନ କରୁଛୁ। ଏହି ଅବସରରେ କଂପାନିର ଶାଖା ମୁଖ୍ୟ ଶୈଳେନ୍ଦ୍ର ଚୌଧୁରୀ, ଏରିଆ ସେଲ୍‌ସ ମ୍ୟାନେଜର କଷ୍ଟ ଚରଣ ନନ୍ଦ, ଶାଖ ସର୍ଭିସ୍‌ ମୁଖ୍ୟ ପବିତ୍ର ପଞ୍ଜା ଓ ଆର୍‌ ଡି ଏଣ୍ଟରପ୍ରାଇଜେସ୍‌ର ପ୍ରତାପ ଶଙ୍କର ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର