ଉନ୍ମୋଚିତ ହେଲା ‘ଓ୍ଵିଲ୍‌ ଅଫ୍‌ ଓ୍ଵାଇଲ୍‌ସ୍‌’ ଓ ‘ଦି ନାଇଟ୍‌ ଅଫ୍‌ ଅଡ୍‌’

ଭୁବନେଶ୍ୱର ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର: ଆମ ଗାଁ, ଆମ ଭାଷା, ମାଟି ଓ ଓଡ଼ିଆ କଥାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାକୁ ତଥା ଓଡ଼ିଆ ଐତିହ୍ୟ ପରମ୍ପରା ଓ ସଂସ୍କୃତିକୁ ବାହାରେ ପ୍ରଚାର ପ୍ରସାର କରିବା ପାଇଁ ଆମ ପୁସ୍ତକ ସବୁକୁ ଓଡ଼ିଆ ସହ ଅନ୍ୟ ବିଦେଶୀ ଭାଷାରେ ମଧ୍ୟ ପ୍ରକାଶିତ କରିବାକୁ ପଡ଼ିବ। ତେବେ ଯାଇ ଓଡ଼ିଆ କଥା ସୁଦୂରପ୍ରସାରୀ ହୋଇପାରିବ। ଆଜି ସନ୍ଧ୍ୟାରେ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ଭୁବନେଶ୍ୱର ପୁସ୍ତକମେଳା’ ପରିସରରେ ପେନ୍‌-ଇନ୍‌ ପ୍ରକାଶନୀ ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ହରପ୍ରସାଦ ଦାସ ଏହା କହିଛନ୍ତି।
ଏହି ଉତ୍ସବରେ ଆର୍ତ୍ତତାଣ ମିଶ୍ରଙ୍କ କବିତା ସଂକଳନ ‘ଓ୍ଵିଲ୍‌ ଅଫ୍‌ ଓ୍ଵାଇଲ୍‌ସ୍‌’ ଓ ସିଦ୍ଧାର୍ଥ ମିଶ୍ରଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଦି ନାଇଟ୍‌ ଅଫ୍‌ ଅଡ୍‌’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବେ କେଭିଏସ୍‌ ଡେପୁଟି କମିସନର୍‌ ଜଗନ୍ନାଧା ରାଓ, କବି ଶରତ କୁମାର ଦାଶ ଓ ବିଜେପି ବାର୍ତ୍ତାର ମୁଖ୍ୟ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଭାବଗ୍ରାହୀ ଜେନା ଓ ଉପାସନା ବିଡ଼ିକା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପେନ୍‌-ଇନ୍‌ର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧିତ ଖବର