୫ ଦିନ ବନ୍ଦ ରହିପାରେ ବ୍ୟାଙ୍କ

ନୂଆଦିଲ୍ଲୀ,: ଡିସେମ୍ବର ୨୦ ତାରିଖରୁ ୨୬ ତାରିଖ ମଧ୍ୟରେ ଦେଶରେ ୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ୨୧ରୁ ୨୬ ଡିସେମ୍ବର ମଧ୍ୟରେ କେବଳ ମାତ୍ର ଗୋଟାଏ ଦିନରେ ବ୍ୟାଙ୍କ୍‌ ଖୋଲା ରହିବ। ସୂଚନା ଅନୁଯାୟୀ, ୨୧ ଡିସେମ୍ବରରେ ବ୍ୟାଙ୍କ୍‌ କର୍ମଚାରୀମାନେ ଧର୍ମଘଟ କରିବେ। ତା’ପରଦିନ ଅର୍ଥାତ ୨୨ ତାରିଖ ମାସର ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହିବ। ୨୩ ତାରିଖ ରବିବାର ହେତୁ ବ୍ୟାଙ୍କ ଛୁଟି ରହିବ। ଏହାପରେ ୨୪ ତାରିଖ ସୋମବାରା ବ୍ୟାଙ୍କ ଖୋଲା ରହିବ। କିନ୍ତୁ ତା ପରେ ବଡ଼ ଦିନ ଯୋଗୁ ବ୍ୟାଙ୍କ ଛୁଟି ରହିବାକୁ ଥିବା ବେଳେ ୨୬ ତାରିଖ ଧର୍ମଘଟ ପାଇଁ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ କର୍ମଚାରୀମାନେ ଯଦି ଧର୍ମଘଟରୁ ନ ଓହରନ୍ତି ତାହେଲେ ୨୧ରୁ ୨୬ ତାରିଖ ମଧ୍ୟରେ ବ୍ୟାଙ୍କ ୫ ଦିନ ଛୁଟି ରହିବ। ଏତେଦିନ ବ୍ୟାଙ୍କ ଛୁଟି ରହିଲେ ଏଟିଏମ୍ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର