ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଓଡ଼ିଆ ଛାତ୍ରୀ ଦ୍ବିତୀୟ

ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ୫ମ ଶ୍ରେଣୀର ଛାତ୍ରୀ ବିଦିଶା ଲେଙ୍କା କନିଷ୍ଠ ବର୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ‘ଶକ୍ତି ସଂରକ୍ଷଣର ମହତ୍ବପୂର୍ଣ୍ଣ ଭୂମିକା’ ଶୀର୍ଷକ ଚିତ୍ରାଙ୍କନରେ ବିଦିଶା ଆଙ୍କିଥିବା ଚିତ୍ରକୁ ବିଚାରକମଣ୍ଡଳୀ ପ୍ରଶଂସା କରିଥିଲେ। ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ବିଦିଶାଙ୍କୁ ୫ ହଜାର ଟଙ୍କା, ମାନପତ୍ର, ଫଳକ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର