ଦଲାଇ ଲାମାକୁ ବ୍ରହ୍ମାକୁମାରୀଙ୍କ ସମ୍ବର୍ଧନା

ଭୁବନେଶ୍ୱର: ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତକାଲି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାକୁ ସମ୍ବର୍ଧନା ଦିଆଯାଇଛି। ହୋଟେଲ ଟ୍ରାଇଡେଣ୍ଟଠାରେ ବ୍ରହ୍ମାକୁମାରୀ ଲୀନା, ବ୍ରହ୍ମାକୁମାରୀ ଦୂର୍ଗେଶ ନନ୍ଦିନୀ, ବ୍ରହ୍ମାକୁମାର ବିଜୟ, ଲକ୍ଷ୍ମୀଧର, ରାଜେଶ ପ୍ର୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ ଏକ ଉପହାର, ପୁସ୍ତକ, ଭୋଗ ମଧ୍ୟ ଦିଆଯାଇଥିଲା। ବିଶ୍ୱଶାନ୍ତି ପାଇଁ ବ୍ରହ୍ମାକୁମାରୀ ଆଶ୍ରମ ଭାଇ, ଭାଉଣୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିବାରୁ ଦଲାଇ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର