ଜେଡିୟୁରେ କନ୍ଦଳ, ପ୍ରଚାରରୁ ଓହରିଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଜନତା ଦଳ ୟୁନାଇଟେଡ (ଜେଡିୟୁ)ରେ ଏବେ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିଚାଲିଛି। ଦଳର ପ୍ରଚାର ଅଭିଯାନ ଏବଂ ପରିଚାଳନା କମିଟିର ପ୍ରଭାରୀ ପଦରୁ ଉପ ସଭାପତି ପ୍ରଶାନ୍ତ କିଶୋର ଓହରିଯାଇଛନ୍ତି। ପ୍ରଶାନ୍ତଙ୍କ ବିରୋଧରେ ବହୁ ପ୍ରମୁଖ ନେତା ଅସନ୍ତୋଷ ଜାହିର କରିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଦଳର ରାଜ୍ୟ ସଭାପତି ମଧ୍ୟ ପ୍ରଶାନ୍ତ କିଶୋରଙ୍କ ବିରୋଧରେ ଗଣମାଧ୍ୟମରେ ବିବୃତି ଦେଇଥିବାରୁ ଆଗକୁ ମାମଲା ଆହୁରି ଜଟିଳ ହେବା ଆଶଙ୍କା ରହିଛି। ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ୨ ସପ୍ତାହରୁ କମ୍‌ ସମୟ ରହିଯାଇଥିବା ବେଳେ ଏଭଳି କନ୍ଦଳର ଅବସାନ ପାଇଁ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହସ୍ତକ୍ଷେପ କରିବା ଜରୁରୀ ବୋଲି ବହୁ ନେତା କହିଛନ୍ତି। ପ୍ରଶାନ୍ତ କିଶୋର ଓହରିଯିବା ପରେ ପ୍ରଚାର ପରିଚାଳନା ଦାୟିତ୍ବ ଏବେ ବରିଷ୍ଠ ନେତା ଆର୍‌ସିପି ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି।

ସମ୍ବନ୍ଧିତ ଖବର