ଓମ୍‌ଫେଡ୍‌ ପକ୍ଷରୁ ଜାତୀୟ ଦୁଗ୍ଧ ଦିବସ

ଭୁବନେଶ୍ୱର: ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ୍‌ କୁରିଏନ୍‌ଙ୍କ ଜୟନ୍ତୀ ଅବସରରେ ଓମ୍‌ଫେଡ୍‌ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର କର୍ମଚାରୀଗଣ ଡ. କୁରିଏନ୍‌ଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ରାଜ୍ୟର ସମସ୍ତ ଦୁଗ୍ଧଚାଷୀ, ଦୁଗ୍ଧ ସଂଘ ଓ ମହାସଂଘ କର୍ମଚାରୀଙ୍କ ଉନ୍ନତି ପାଇଁ ସାଧାରଣ ପରିଚାଳକ ଜିତେନ୍ଦ୍ର ବିଲ୍ଲଭ ମହାପାତ୍ର କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମସ୍ୱରୂପ ସହିଦ ନଗର ହାଟ ନିକଟସ୍ଥ ରାସ୍ତା ଓ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟାଳୟ ଚତୁଃପାର୍ଶ୍ୱକୁ ପରଷ୍କାର କରାଯାଇଥିଲ। ଅନୁଷ୍ଠାନର ସମସ୍ତ କର୍ମକର୍ତା ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର