ପରଦାରେ ବ୍ରିଟିସ୍‌ କାହାଣୀ

ଫିଲ୍ମ ଫ୍ରାଇଡେରେ ମୁକ୍ତିଲାଭ କରିବାକୁ ଯାଉଛି କପିଲ ଶର୍ମାଙ୍କ ଅଭିନୀତ ଫିରଙ୍ଗି। ଏହାସହ ଅରବାଜ୍‌ ଖାନ ଓ ସନି ଲିଓନିଙ୍କ ଅଭିନୀତ ତେରା ଇନ୍ତେଜାର ମଧ୍ୟ ବଡ଼ ପରଦାକୁ ଆସୁଛି।

ଫିରଙ୍ଗିରେ ଦର୍ଶକ ୧୯୨୦ ମସିହାର କାହାଣୀ ଦେଖିବାକୁ ପାଇବେ। ଏଥିରେ ପ୍ରମୁଖ ଭୂମିକାରେ ରହିଛନ୍ତି ଇଶିତା ଦତ୍ତ, ମୋନିକା ଗିଲ, ଇନାମୁଲହକ୍‌, ମରିୟମ ଜକାରିଆ, ରେଶନି ଓ୍ଵାଲିଆ ଓ ଏଡଓ୍ଵାର୍ଡ ସୋନେବ୍ଲିକ୍‌ ପ୍ରମୁଖ। ଏହା ଏକ ହାସ୍ୟ ରସାତ୍ମକ ଚଳଚ୍ଚିତ୍ର। ରାଜୀବ ଧୀଂଗ୍‌ରା ଏହାର ନିର୍ଦେଶନା ଦେଇଛନ୍ତି। ଏହା କଶରୀ, ସ୍ତୁତି, ମହାରାଜା ଓ ଆଇନକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।

ସେହପରି ତେରା ଇନ୍ତେଜାର ମଧ୍ୟ ଆସନ୍ତାକାଲି ବଡ଼ ପରଦାକୁ ଆସୁଛି। ଏଥିରେ ସନ୍ନି ଲିଓନି ଓ ଅରବାଜ ଖାନ ମୁଖ୍ୟ ଭୂମିକାରେ ରହିଛନ୍ତି। ଏହାର ନିର୍ଦେଶନା ଦେଇଛନ୍ତି ରାଜୀବ ଓ୍ଵାଲିଆ। ମହାରାଜା, ସ୍ୱାତି, କେଶରୀ ଓ ଆଇନକ୍ସରେ ମୁକ୍ତିଲାଭ କରୁଛି।

ସମ୍ବନ୍ଧିତ ଖବର