ସିପିଆଇ ନେତାଙ୍କୁ ଅଟକ ପ୍ରତିବାଦରେ ବିକ୍ଷୋଭ

ଭୁବନେଶ୍ୱର: ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଓ ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ବିମାନବନ୍ଦରରେ ଅଟକ ରଖିବା ପ୍ରତିବାଦରେ ଆଜି ସିପିଆଇ ପକ୍ଷରୁ ରାଜମହଲ ଛକଠାରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଜୋନ୍‌ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରୁ ଶତାଧିକ କର୍ମୀ ଏକ ଶୋଭାଯାତ୍ରା ବାହାରି ରାଜମହଲ ଛକରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ରାମକୃଷ୍ଣ ପଣ୍ଡା, କୈଳାସ ପୁହାଣ, ରୀତା ସେଠୀ, ମମତା ବରାଳ, ଲୋକନାଥ ଭୋଇ, ଶରତ ସ୍ବାଇଁ, ଛେତମ୍ବର ଭୋଇ, ଛାତ୍ରନେତା ପବିତ୍ର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ। ଜମ୍ମୁ-କଶ୍ମୀରରେ ଗିରଫ ହେବା ପରେ ଅସୁସ୍ଥ ହୋଇପଡ଼ିଥିବା ଏମ୍‌ଏଲ୍‌ଏଙ୍କୁ ଭେଟିବା ପାଇଁ ଯାଇଥିବା ‌ନେତାଙ୍କୁ ବିମାନବନ୍ଦରରେ ଅଟକ ରଖିବା ଅଗାଣତାନ୍ତ୍ରିକ ବୋଲି ଦଳ କହିଛି।

ସମ୍ବନ୍ଧିତ ଖବର