୨୦୨୪ ସୁଦ୍ଧା ଦେଶରେ ଥିବା ସବୁ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ : ଶାହା

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ପୂର୍ବରୁ ଦେଶରେ ବାସକରୁଥିବା ସବୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବିଦା କରାଯିବ, ବୋଲି ଗୃହମନ୍ତ୍ରୀ ଅମିତ ଶାହା ଚରମବାଣୀ ଶୁଣାଇଛନ୍ତି । ଝାଡ଼ଖଣ୍ଡର ପଶ୍ଚିମ-ସିଂହଭୂମି ଜିଲ୍ଲାରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ଶାହା କହିଛନ୍ତି ଯେ ସାରା ଦେଶରେ ଏନଆରସି ( ଜାତୀୟ ନାଗରିକ ରେଜିଷ୍ଟର) ଲାଗୁ କରାଯିବ । ଏହା ମାଧ୍ୟମରେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ସବୁ ବେଆଇନ ଅନୁପ୍ରବେଶକାରୀଙ୍କୁ ଆମ ଦେଶରୁ ବିଦା କରିଦିଆଯିବ ।

ସେ କହିଛନ୍ତି ଯେ ଆମ ଦେଶର ପ୍ରକୃତ ନାଗରିକ ହୋଇଥିବା ବ୍ୟକ୍ତି ଯେ କୌଣସି ଧର୍ମର ହୋଇଥାନ୍ତୁ କି ନା ସେମାନେ ଏନଆରସି ତାଲିକାରେ ସ୍ଥାନ ପାଇବେ । ତେବେ ଏନଆରସି ଓ ନାଗରିକତା ସଂଶୋଧନ ବିଲ ଦୁଇଟି ଅଲଗା ଅଲଗା ବିଷୟ ବୋଲି ସେ କହିଛନ୍ତି ।
କିଛି ଦିନପୂର୍ବେ ଶାହା ରାଜ୍ୟସଭାରେ ମଧ୍ୟ କହିଥିଲେ ଯେ ସାରା ଦେଶରେ ଏନଆରସି ଲାଗୁ କରାଯିବ । ଏହାର ଜବାବରେ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ଉଭୟ ଶାହା ଓ ମୋଦୀ ମଧ୍ୟ ଅନୁପ୍ରବେଶକାରୀ । ସେମାନେ ଗୁଜୁରାଟରୁ ଦିଲ୍ଲୀକୁ ଆସିଛନ୍ତି ।

ସମ୍ବନ୍ଧିତ ଖବର