ନନ୍ଦନକାନନ ତୃଣଭୋଜି ସଫାରିକୁ ଆସିଲେ ରାଜଭବନର ଦୁଇ ହରିଣ

ବାରଙ୍ଗ : ଆଜି ରାଜ ଭବନରୁ ଆସିଥିବା ୨ଟି ୫/୬ ବର୍ଷ ବୟସର ମାଈ ଚିତ୍ରା ହରିଣଙ୍କୁ ନନ୍ଦନକାନନର ତୃଣଭୋଜି ସଫାରି ମଧ୍ୟରେ ଛଡ଼ାଯାଇଛି। ରାଜଭବନରେ ଚିତ୍ରା ହରିଣ ସଂଖ୍ୟା ବୃଦ୍ଧି ହେବା କାରଣରୁ ସେମାନଙ୍କ ମଧ୍ୟରୁ ଦୁଇଟିଙ୍କୁ ନନ୍ଦନକାନନକୁ ଅଣାଯାଇଛି। ଏଥି ସହିତ ନନ୍ଦନକାନନର ଚିତ୍ରା ହରିଣ ସଂଖ୍ୟା ୩୫୨କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରୁ ତୃଣଭୋଜି ସଫାରିରେ ୨୦୨ଟି ଓ ଖୁଆଡ଼ ମଧ୍ୟରେ ୧୫୦ଟି ହରିଣ ରହିଛନ୍ତି।

ସମ୍ବନ୍ଧିତ ଖବର