କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ବାତିଲ

ଜମ୍ମୁ : କୋଭିଡ-୧୯ ମହାମାରୀ ପାଇଁ ଚଳିତ ବର୍ଷ ଜୁନ୍ ୨୩ରୁ ହେବାକୁ ଥିବା ଅମରନାଥ ଯାତ୍ରାକୁ ବାତିଲ କରିଦିଆଯାଇଛି | ପରିସ୍ଥିତି ଖରାପ ଥିବାରୁ ଆଜି ରାଜଭବନରେ ଆୟୋଜିତ ୩୮ତମ ବୋର୍ଡ ବୈଠକର ଅଧ୍ୟକ୍ଷତା କରି ଉପରାଜ୍ୟପାଳ ତଥା ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି)ର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ମୁର୍ମୁ ଏଭଳି ନିଷ୍ପତ୍ତି ନେଇଛନ୍ତି ।

ବୈଠକର ଅଧ୍ୟକ୍ଷତା କରି ସେ କହିଛନ୍ତି ଯେ, କଶ୍ମୀର ଉପତ୍ୟକାରେ ୭୭ଟି ରେଡ୍ ଜୋନ୍ ଚିହ୍ନଟ ହୋଇଛି ଯେଉଁ ମାର୍ଗ ଦେଇ ଯାତ୍ରୀ ଅମରନାଥ ଯାଇଥାନ୍ତି। ଏହି ମହାମାରୀ ଯୋଗୁଁ ଲଙ୍ଗର ପ୍ରତିଷ୍ଠା, ମେଡିକାଲ୍ ସୁବିଧା, କ୍ୟାମ୍ପ ପ୍ରତିଷ୍ଠା, ସାମଗ୍ରୀ ସଂଗ୍ରହ, ତୁଷାର କ୍ଲିୟରାନ୍ସ ଇତ୍ୟାଦି ସମ୍ଭବ ନୁହେଁ | ସେ ଆହୁରି ମଧ୍ୟ ଜୋର ଦେଇଛନ୍ତି ଯେ, ଭାରତ ସରକାର ଦେଶବ୍ୟାପୀ ଲକଡାଉନକୁ ମେ ୩ପର୍ଯ୍ୟନ୍ତ ବଢ଼ାଇଥିଲେ ମଧ୍ୟ ଆଗକୁ କଣ ହେବ ତାହା ଜାଣିବା  ପୂର୍ବାନୁମାନଯୋଗ୍ୟ ନୁହେଁ। ଯାତ୍ରୀମାନଙ୍କ ସୁରକ୍ଷା ଆମର ମୁଖ୍ୟ ଗୁରୁତ୍ୱ ବୋଲି ସେ କହିଛନ୍ତି।

Amarnath Yatra Will Start From 1st July, Know What Will Be Special ...
Patrika

ବୋର୍ଡ ସର୍ବସମ୍ମତି କ୍ରମେ ବିଶ୍ବରେ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାର ଆୟୋଜନ କରିବା ଉଚିତ ହେବ ନାହିଁ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ଏହାସହ ନିଷ୍ପତ୍ତି ନିଆଯାଇଛି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶିବଲିଙ୍ଗର ପୂଜା ଏବଂ ଦର୍ଶନକୁ ଅନଲାଇନ ଏବଂ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ କରିବା ପାଇଁ ଯୋଜନା କରାଯିବ।

ସମ୍ବନ୍ଧିତ ଖବର