ବର୍ଷକର ଦରମା ନେବେନି ମୁକେଶ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ବର୍ଷକର ବେତନ ନେବେ ନାହିଁ। ସେ ବର୍ଷକୁ ୧୫ କୋଟି ଟଙ୍କାର ଦରମା ନେଉଥିଲେ। ଏଥି ସହିତ କର୍ମଚାରୀମାନଙ୍କ ଦରମା କାଟ କରିବାକୁ ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ନିଷ୍ପତ୍ତି ନେଇଛି। କଂପାନିର ହାଇଡ୍ରୋକାର୍ବନ କାରବାର ପାଇଁ କାର୍ଯ୍ୟ କରୁଥିବା ବରିଷ୍ଠ ଅଧିକାରୀଙ୍କ ଦରମା ୫୦ ପର୍ଯ୍ୟନ୍ତ ହ୍ରାସ ପାଇବ। ବର୍ଷକୁ ୧୫ ଲକ୍ଷ ଟଙ୍କାରୁ ଅଧିକ ଦରମା ପାଉଥିବା କର୍ମଚାରୀଙ୍କୁ ୧୦% କମ୍ ଦରମା ମିଳିବ। ଯେଉଁମାନେ ୧୫ ବର୍ଷକୁ ୧୫ ଲକ୍ଷ ଟଙ୍କାରୁ କମ୍‌ ଦରମା ପାଉଛନ୍ତି ସେମାନଙ୍କ ବେତନରେ କୌଣସି ହ୍ରାସ କରାଯିବ ନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିଟ୍ ଲାଭ ୩୬ ପ୍ରତିଶତ ହ୍ରାସ ପାଇ ୬୫୪୬ କୋଟି ହୋଇଥିବା କଂପାନି ଘୋଷଣା କରିଛି। ଜିଓର ନିଟ୍ ଲାଭ ୧୭୭ ପ୍ରତିଶତ ବୃଦ୍ଧି ପାଇ ୨୩୩୧ କୋଟି ଟଙ୍କା ହୋଇଛି। କଂପାନି ୪୩,୧୨୫ କୋଟି ଟଙ୍କାର ରାଇଟ୍‌ ଇସ୍ୟୁ ଘୋଷଣା କରିଥିବା ବେଳେ ‘ଜିଓମିଟ୍‌’ ନାମକ ଭିଡିଓ ପ୍ଲାଟଫର୍ମ ଆଣିବ ଏବଂ ମୂଳ କଂପାନିରୁ ତୈଳ ଓ ଗ୍ୟାସ୍‌ କାରବାରକୁ ଅଲଗା କରିବ ବୋଲି କହିଛି।

ସମ୍ବନ୍ଧିତ ଖବର